Latest Odisha News

BREAKING NEWS

ଘନ କୁହୁଡ଼ି ସହ ଭୟଙ୍କର ପ୍ରଦୂଷଣରେ କଲବଲ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଘନ କୁହୁଡି ଓ ପ୍ରଦୂଷଣ କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜଧାନୀବାସୀ । ପାରଦର ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି ଏହା ସହ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଯୁଆଡେ ଦେଖିଲେ ଖାଲି ଧୂଆଁମୟ ପରିବେଶ ।

ବୁଧବାର ସକାଳୁ ଦିଲ୍ଲୀ-ଏନସିଆର୍‌, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀବାସୀ । ବିଶେଷ କରି ଗାଡି ଚଳାଚଳରେ ବାଧା ପ୍ରାପ୍ତ ହେଉଛି । ଖଣ୍ଡେ ବାଟ ଯାଏଁ କିଛି ବି ଦୃଶ୍ୟମାନ ହେଉନାହିଁ । ଯେଉଁକାରଣରୁ ଦୁର୍ଘଟଣା ହେବାର ଆଶଙ୍କା ବୃଦ୍ଧି ପାଉଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦେଶର ରାଜଧାନୀରେ ବାୟୁ ଗୁଣବତ୍ତା ବୁଧବାର ମଧ୍ୟ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି । ଆଜି ସକାଳେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୪୦୦ ଥିବା ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ସେହିପରି ଅୟାନ ନଗରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ ହୋଇଛି । ଏଠାକାର ଏକ୍ୟୁଆଇ ସକାଳ ୮ଟା ସୁଦ୍ଧା ୪୧୭ ଥିବା ରେକର୍ଡ କରାଯାଇଛି ।

ତେବେ ଗାଡ଼ିରୁ ବାହାରୁଥିବା ଧୂଆଁ, ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରଦୂଷଣ ଏବଂ ନଡ଼ା ଜଳିବା ଦ୍ବାରା ସେଥିରୁ ବାହାରୁଥିବା ଧୁଆଁ ହେଉଛି ସହରରେ ବାୟୁ ପ୍ରଦୂଷଣର ସବୁଠାରୁ ମୁଖ୍ୟ କାରଣ । ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଇଛନ୍ତି । ତଥାପି ଏହା ହ୍ରାସ ବଦଳରେ ବିପରୀତ ଦିଗରେ ବଢି ବଢି ଚାଲିଛି ।

Leave A Reply

Your email address will not be published.