Latest Odisha News

BREAKING NEWS

ପୁଣି ସାଙ୍ଘାତିକ ସ୍ତରରେ ଦିଲ୍ଲୀର ବାୟୁର ମାନ: ରେଡ୍ ଜୋନରେ ୮ଟି ଷ୍ଟେସନ୍

ନୂଆଦିଲ୍ଲୀ: ଦୀପାବଳିର ଦିନକ ପୂର୍ବରୁ ପୁଣି ବିଗିଡିଲା ଦିଲ୍ଲୀର ବାୟୁର ମାନ । ଅତି ଖରାପ ସ୍ତରରେ ପହଞ୍ଚିଛି ବାୟୁ ଗୁଣବତ୍ତା । ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ା ଜାଳିବା ଫଳରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ଫଳରେ ଦେଶର ରାଜଧାନୀର ୮ଟି ମନିଟରିଂ ଷ୍ଟେସନ୍‌ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍‌ ଜୋନ୍‌ ରେ ରହିଛି ।

ଅନ୍ୟପଟେ ଯଦି ଆଜି ବାଣ ଫୁଟାଯାଏ ତେବେ ବାୟୁର ମାନ ଦୁଇ ଦିନ ମଧ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି ।

ପ୍ରଦୁଷଣ ନିୟମ ଉଲ୍ଲଂଘନ ପାଇଁ ଦିଲ୍ଲୀରେ ଟ୍ରାଫିକ ପୋଲିସ ଅକ୍ଟୋବର ୧ରୁ ୨୪ ତାରିଖ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା କରିଛି । ଟ୍ରାଫିକ ପୋଲିସ ଡ୍ରାଇଭରମାନଙ୍କ ଉପ‌ରେ ୪୭ ହଜାର ଚାଲାଣ କାଟିଛି ।

Leave A Reply

Your email address will not be published.