Latest Odisha News

BREAKING NEWS

ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ: ଅମିତ ଶାହ 

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ଗୁରୁବାର ଦିନ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ତେବେ ଗୁଜରାଟର ମେହସାଣା ଜିଲ୍ଲାର ବୋରିଆଭି ଗାଁରେ ମୋତିଭାଇ ଆର.ଚୌଧୁରୀ ସାଗର ସୈନିକ ସ୍କୁଲ ଏବଂ ସାଗର ଜୈବିକ ପ୍ଲାଣ୍ଟର ଉଦଘାଟନ ସମାରୋହକୁ ସମ୍ବୋଧିତ କରିବା ସମୟରେ ସେ ଭିଡିଓ ଲିଙ୍କ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି। ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ସେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ଏହି ଆକ୍ରମଣରେ ଦାୟୀ ଥିବା ଆତଙ୍କବାଦୀମାନଙ୍କୁ ଏପରି ଦଣ୍ଡ ଦିଆଯିବ ଯେପରିକି ଆଗକୁ କୌଣସି ଦେଶ ଭାରତ ଉପରେ ଏପରି ଆକ୍ରମଣ କରିବାକୁ ଚିନ୍ତା ମଧ୍ୟ କରିବେ ନାହିଁ ବୋଲି ଶାହା କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ୧୧ ବର୍ଷ ମଧ୍ୟରେ ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇ କରି ଆସିଛି ଓ ଏଥିରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନେଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ ଧଳା ହୁଣ୍ଡାଇ ଆଇ୨୦ କାର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହେବା ସହ ୨୦ ଜଣ ଆହତ ହୋଇଥିଲେ। ପ୍ରାରମ୍ଭିକ ତଦନ୍ତରୁ ଫରିଦାବାଦ ଜିଲ୍ଲାରୁ ଅନ୍ୟ ଏକ ଲାଲ ରଙ୍ଗର ସନ୍ଦିଗ୍ଧ ଫୋର୍ଡ ଇକୋସ୍ପୋର୍ଟ ଗାଡ଼ି ଉଦ୍ଧାର କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏକ ତୃତୀୟ କାର ଯାହାକି ମାରୁତି ବ୍ରେଜା ବୋଲି ସନ୍ଦେହ କରାଯାଉଛି ତାହା ଏପର୍ଯ୍ୟନ୍ତ ନିଖୋଜ ଥିବା ନେଇ ସୂଚନା ମିଳିଛି।

 

Comments are closed.