Latest Odisha News

BREAKING NEWS

ଦିଲ୍ଲୀ ବିସ୍ଫୋରଣ ସବୁ ଦିଗରୁ ତଦନ୍ତ ହେବ: ଶାହଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୈଠକ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ଶାହ। ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, NIA ଡିଜି, ଦିଲ୍ଲୀ ପୋଲିସ କମିଶନର ଉପସ୍ଥିତ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶାହ କହିଛନ୍ତି, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍‌ ସିଗନାଲ ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର୍‌ରେ ବିସ୍ଫୋରଣ ହୋଇଛି।

ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି ଗାଡ଼ି ମୋଟର ଜଳିଯାଇଛି। ଘଟଣା ଘଟିବାର ୧୦ ମିନିଟ୍‌ ମଧ୍ୟରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏବଂ ‌ସ୍ବତନ୍ତ୍ର ଶାଖାର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନଏସଜି, ଏନଆଇଏ ଏବଂ ଏଫଏସଏଲ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ମୁଁ ଦିଲ୍ଲୀ ପୋଲିସ କମିସନର ଏବଂ ସ୍ବତନ୍ତ୍ର ବ୍ରାଞ୍ଚ୍‌ ପ୍ରଭାରୀଙ୍କ ସହ କଥା ହୋଇଛି।

ବିସ୍ଫୋରଣ ଘଟଣାର ସମସ୍ତ ଦିଗରୁ ତଦନ୍ତ କର‌ାଯିବ ବୋଲି ଶାହ କହିଛନ୍ତି। ଦିଲ୍ଲୀ ବିସ୍ଫୋରଣ ସଂକ୍ରାନ୍ତରେ ଗଣମାଧ୍ୟମରେ ଟିପ୍ପଣୀ ରଖିବାପରେ ଶାହ ଲୋକ ନାରାୟଣ ଜୟ ପ୍ରକାଶ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ଆହତଙ୍କୁ ଭେଟିବାପରେ ଶାହ ଦିଲ୍ଲୀ ପୋଲିସ କମିସନର ସତୀଶ ଗୋଲଚା ଏବଂ ଅନ୍ୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଶାହ ମଧ୍ୟ ବିସ୍ଫୋରଣ ସ୍ଥଳ ପରିଦର୍ଶନ କରିଛନ୍ତି। ଶାହ କହିଛନ୍ତି, ଆଜି ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ ହେବ।

Comments are closed.