Latest Odisha News

BREAKING NEWS

ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ

ସାରଜା: ଆଇପିଏଲର ଶୁକ୍ରବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୪ ରନ କରିଛି । ଫଳରେ ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ କରିଛି ଦିଲ୍ଲୀ । ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରମ୍ଭରୁ ଦିଲ୍ଲୀ  ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା ।

ପୃଥ୍ବୀ ସ ଓ ଶ୍ରେୟସ ଆୟର ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ ।  ସ’ ୧୯ ରନ ଓ ଆୟର ୨୨ ରନ କରି ଆଉଟ ହେବା ପରେ  ମାର୍କସ ଷ୍ଟଇନିସ ଓ ସିମରନ ହେଟମେୟର ଦ୍ରୁତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଷ୍ଟଇନିସ ୩୯ ଓ ହେଟମେୟର ୪୫ ରନର ଯୋଗଦାନ ଦେଇଥିଲେ ।

Leave A Reply

Your email address will not be published.