Latest Odisha News

BREAKING NEWS

ଚମକିଲେ ଦିଲ୍ଲୀ ବ୍ୟାଟ୍ସମ୍ୟାନ, ବାଙ୍ଗାଲୋର ସମ୍ମୁଖରେ ୧୯୭ ରନର ଲକ୍ଷ୍ୟ ରଖିଲେ

ଦୁବାଇ: ବ୍ୟାଟ୍ସମ୍ୟାନଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ଆଗରେ ବିଶାଳ ୧୯୭ ରନ୍ ଟାର୍ଗେଟ ରହିଛି । ପୃଥ୍ୱୀ ଶ’, ଶିଖର ଧୱନ, ମାର୍କସ ଷ୍ଟୋଇନିସ୍ ଓ ଋଷଭ ପନ୍ତ। ଜବରଦସ୍ତ ବ୍ୟାଟିଂ କରିଛନ୍ତି । ଟସ୍ ଜିତି କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ହେଲେ ଏହାକୁ ଭୁଲ ପ୍ରମାଣ କରିଥିଲେ ଦିଲ୍ଲୀର ଦୁଇ ଓପନର ଶ’ ଓ ଧୱନ । ଉଭୟ ବିନା କୌଣସି ୱିକେଟରେ ୬.୪ ଓଭର୍‌ରେ ଦଳର ପାଇଁ ୬୮ ରନ୍ କରିଥିଲେ । ଏହି ସମୟରେ ୨୩ ବଲରେ ୪୨ ରନ୍ କରିଥିବା ଶ’ଙ୍କୁ ମହମ୍ମଦ ସିରାଜ ଆଉଟ କରିଦେଇଥିଲେ । ଏହାପରେ ଶିଖର ଧୱନ(୩୨), ଓ ଅଧିନାୟକ ଶ୍ରେୟସ (୧୧ ) ରନ୍ କରି ଆଉଟ ହୋଇଯାଇଥିଲେ ।

ପନ୍ତ ଓ ଷ୍ଟୋଇନ ଯୋଡ଼ି ସତର୍କର ସହ ଖେଳିଥିଲେ ।  ଷ୍ଟୋଇନିସ୍ ୨୪ ବଲରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ପନ୍ତ ୨୫ ବଲ୍‌ରେ ୩୭ ରନ୍ କରି ସିରାଜଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହେଟମେୟର ମଧ୍ୟ ନିରାଶ କରି ନଥିଲେ । ସେ ୭ ବଲରେ ଗୋଟିଏ ଛକା ସହାୟତରେ ୧୧ ରନ୍ କରିଛନ୍ତି । ସେହିପରି ଷ୍ଟୋଇନିସ୍ ଶେଷ ଯାଏ ୨୬ ବଲରେ ୫୩ ରନ୍ କରି ଅପରାଜିତ ରହିଥିଲେ ।

Leave A Reply

Your email address will not be published.