Latest Odisha News

BREAKING NEWS

ଆଇପିଏଲ ପ୍ରଥମ କ୍ୱାଲିଫାୟର: ଟସ ଜିତି ପ୍ରଥମେ ବୋଲିଂ କରିବ ଦିଲ୍ଲୀ

ଦୁବାଇ : ଆଇପିଏଲର ଚାପ ଭରା ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ ନିଷ୍ପତି ନେଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ  ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ ।

ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବ । ଦିଲ୍ଲୀ ଦଳ ଏ ପର‌୍ୟ୍ୟନ୍ତ କୌଣସି ଆଇପିଏଲର ଫାଇନାଲକୁ ଯାଇନାହିଁ । ଫଳରେ ଏଥର ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ଉଦ୍ୟମ କରିବ । ତେବେ ଏହି ମ୍ୟାଚ ପାଇଁ ମୁମ୍ବାଇ ଦଳ ଫେବରାଇଟ ରହିଛି ।

Comments are closed.