Latest Odisha News

BREAKING NEWS

ମୁମ୍ବାଇକୁ ହରାଇଲା ଦିଲ୍ଲୀ

ଶାରଜା: ଆଇପିଏଲର ଆଜି ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ କରିଥିଲା । ରିଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ ୧୯.୧ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଶ୍ରେୟାଶ ଆୟାର ଦଳ ପକ୍ଷରୁ ସର୍ବାଧିକ ୩୩ ରନ କରିଥିଲା । ପନ୍ତ ୨୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ପିଚ ଧୀମା ଏବଂ ବୋଲରଙ୍କୁ ସୁହାଉଥିବାରୁ ବ୍ୟାଟିଂ କରିବା କଷ୍ଟକର ହେଉଥିଲା ।

ଶିଖର ଧାୱନ (୮), ଷ୍ଟିଭ ସ୍ମିଥ (୯), ଅକ୍ଷର ପଟେଲ(୯) ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ମ୍ୟାଚର ଶେଷ ଭାଗରେ ସିମ୍ରନ ହେଟମେୟର(୧୫) ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୨୦ ନଟଆଉଟ ରନ ଯୋଗୁ ଦଳ ମ୍ୟାଚରେ ବିଜୟ ହାସଲ କରିପାରିଥିଲା ।

Leave A Reply

Your email address will not be published.