Latest Odisha News

BREAKING NEWS

ଅନୁଗୁଳ ଜଏରାଟରେ ଗାନ୍ଧି ଜୟନ୍ତୀ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଗାନ୍ଧି ଜୟନ୍ତୀରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ବୁଣାକାର, ହସ୍ତଶିଳ୍ପୀ, କାରିଗରମାନଙ୍କ ଦ୍ବାରା ତିଆରି ଉତ୍ପାଦିତ ଜିନଷ କିଣିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାନ୍ଧି ଜୟନ୍ତୀ ଅବସରରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗାନ୍ଧିଜୀ ଅବସ୍ଥାନ କରିଥିବା ବାମୁର ଡାକ ବଙ୍ଗଳା ପରିଦର୍ଶନ କରିଥିଲେ । ଏହାସହ କିଶୋରନଗର ବ୍ଲକରେ ଜଏରାଟ ତନ୍ତବାୟ ସମିତି ହସ୍ତଶିଳ୍ପୀ ବୁଣାକାରଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ସ୍ବଦେଶୀ ଖଦୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସେମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ସହ ଭୋକାଲ ଫର୍ ଲୋକାଲର ଆହ୍ବାନ ଦେଇଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଭୋକାଲ ଫର୍ ଲୋକାଲ ପାଇଁ ଆହ୍ବାନ ଦେଇଛନ୍ତି । ଅନୁଗୁଳ ଜିଲ୍ଲା ବାମୁର ସହ ମହାତ୍ମା ଗାନ୍ଧିଙ୍କର ନିବିଡ ସମ୍ପର୍କ ରହିଛି । ମହାତ୍ମା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ବାମୁରର ଗାନ୍ଧିଜୀଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଖୁସିର ବିଷୟ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.