Latest Odisha News

BREAKING NEWS

CBSE ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସିବିଏସଇ ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍ ପାଇଁ ଅନୁରୋଧ କରିଛନ୍ତି କେଜ୍ରିୱାଲ୍ । ଦିଲ୍ଲୀରେ ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ ସିବିଏସଇ ପରୀକ୍ଷା ଦେବେ । ଏଥିରେ ପ୍ରାୟ ୧ ଲକ୍ଷ ଶିକ୍ଷକ ସାମିଲ୍ ହେବେ ।

ପରୀକ୍ଷା କରୋନାର ନୂଆ ହଟସ୍ପଟ୍ ଭାବେ ଉଭା ହୋଇପାରେ ବୋଲି କେଜ୍ରିୱାଲ ଆଶଙ୍କା ପ୍ରକାଶ କରିବା ସହ ଛୁଆମାନଙ୍କ ଜୀବନ ଓ ସ୍ୱାସ୍ଥ୍ୟ ବେଶି ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କେନ୍ଦ୍ରରେ ପରୀକ୍ଷା ପରିବର୍ତ୍ତେ ଅନ୍ୟ କୌଣସି ବିକଳ୍ପ ଖୋଜି ବାହାର କରିବା ଯେପରି ଅନଲାଇନ୍ କିମ୍ବା ଇଣ୍ଟରନାଲ୍ ଆସେସମେଣ୍ଟ ଉପରେ କେଜ୍ରିୱାଲ୍ ଗୁରୁତ୍ୱାରୋପ କରିଛନ୍ତି ।

ପୂର୍ବରୁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା କିମ୍ବା ପରୀକ୍ଷା ଲାଗି ବିଦ୍ୟାଳୟକୁ ନ ଡାକିବା ଲାଗି କହିଥିଲା । ଏପରିକି ଦିଲ୍ଲୀ ବିପର୍ଯ୍ୟ ପରିଚାଳନା କର୍ତ୍ତୃପକ୍ଷ ସ୍କୁଲ ନ ଖୋଲିବା ଏବଂ ଅନ୍ୟ କୌଣସି କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛି । ଯେତେବେଳେ କି ଆସନ୍ତା ମେ’ ମାସରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଇବାକୁ ଧାର୍ଯ୍ୟ କରିଛି ସିବିଏସଇ ।

Leave A Reply

Your email address will not be published.