ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ବାଭାବିକ ସ୍ଥିତିକୁ ଆସିଲାଣି। ଏପରିକି ଦିଲ୍ଲୀରେ ସଂକ୍ରମଣ ହାର କମିବା ସହ କେବେ କେବେ ଦୈନିକ ମୃତ୍ୟୁ ମାମଲା ମଧ୍ୟ ଶୁନ୍ୟ ଆସୁିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ସମସ୍ତ କୋଭିଡ୍ କଟକଣାକୁ ଧୀରେ ଧୀରେ କୋହଳ କରାଗଲାଣି।
ଦିଲ୍ଲୀ ସରକାର ଏବେ ସିନେମା ହଲ୍ ଖୋଲିବା ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଆସନ୍ତା ଶୁକ୍ରବାରରୁ ୫୦ ପ୍ରତିଶତ କ୍ଷମତା ସହ ରାଜଧାନୀରେ ସିନେମା ହଲ୍ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି। ଏହାପରେ ମନୋରଞ୍ଜନ ଶିଳ୍ପ ପୁଣି ଟ୍ରାକ୍କୁ ଆସିଯିବ ବୋଲି ଆଶା କରାଯାଉଛି।
ଦର୍ଶକଙ୍କ ପାଇଁ ସିନେମା ହଲ୍ ଖୋଲିବା ପୂର୍ବରୁ ହଲ୍ ଗୁଡିକୁ ସଠିକ୍ ଭାବେ ପରିମଳ କରାଯାଉଛି ଏବଂ ଅନେକ ପ୍ରେକ୍ଷାଳୟରେ ୟୁଭି ଲାଇଟ୍ ଲଗାଯାଇଛି। ସିନେ ଦର୍ଶକଙ୍କୁ ହଲ୍ରେ ବସି ସିନେମା ଦେଖିବା ପାଇଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ନିୟମାବଳୀକୁ ପାଳନ କରିବାକୁ ପଡ଼ିବ ବୋଲି ସରକାର କହିଛନ୍ତି।
Comments are closed.