Latest Odisha News

BREAKING NEWS

ଇଡି ସମନକୁ ଅଣଦେଖା: ଆଜି ବି ଇଡିରେ ପହଞ୍ଚିଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ବେଖାତିର୍ । ଆଜି ବି ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାରି ମାସ ମଧ୍ୟରେ ଚାରି ଥର ସମନ ଜାରି ହୋଇସାରିଥିବାବେଳେ, ଏହା ହେଉଛି ପଞ୍ଚମ ନୋଟିସ । ହେଲେ ସବୁଥରକ ଅନୁପସ୍ଥିତ ରହିଛନ୍ତି କେଜ୍ରିଓ୍ବାଲ ।

କେଜ୍ରିୱାଲ ହାଜର ନହେବା ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ସୂଚନା ରହିଛି । ଇଡି ସମନକୁ ବେଆଇନ ବୋଲି କହିଛି ଦଳ । ଆପ୍ ପକ୍ଷରୁ କୁହାଯାଇଛିଯେ, ଆମେ ଆଇନଗତ ଭାବରେ ସଠିକ୍ ସମନ ପାଳନ କରିବୁ ।

ଅନ୍ୟପଟେ କେଜ୍ରିଓ୍ବାଲଙ୍କୁ ଇଡି ସମନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଆମ ଆଦମୀ ପାର୍ଟି । ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ପ୍ରରୋଚନାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ବାରମ୍ବାର ନୋଟିସ୍ ଜାରି କରୁଛି ବୋଲି ଆପ୍ ମୁଖ୍ୟ ଅଭିଯୋଗ କରିଛନ୍ତି ।

ଦଳ ପକ୍ଷରୁ କୁହାଯାଇଛି ଯେ, ମୋଦିଙ୍କ ଉଦ୍ଦେଶ୍ୟ କେବଳ କେଜ୍ରିଓ୍ବାଲକୁ ଗିରଫ କରିବା । ଏହା କରି ସେ ଦିଲ୍ଲୀ ସରକାରକୁ ଟପି ଯିବାକୁ ଚାହୁଁଛନ୍ତି । ହେଲେ ଆମେ ଏହା କଦାପି ହେବାକୁ ଦେବୁ ନାହିଁ ।

Leave A Reply

Your email address will not be published.