Latest Odisha News

BREAKING NEWS

କିଟ୍ ଟିବିଆଇକୁ ସଫଳ ଇନକ୍ୟୁବେଟର ୨୦୨୩ ପୁରସ୍କାର

ଭୁବନେଶ୍ୱର: କିଟ୍ ଟିବିଆଇ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବେ ପୁରସ୍କୃତ ହୋଇଛି । ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା କିଟ୍ ଟିବିଆଇକୁ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବରେ ପୁରସ୍କୃତ କରାଯାଇଛି ।

ବୁଧବାର ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କଠାରୁ କିଟ୍ ଟିବିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ମୃତ୍ୟୁଞ୍ଜୟ ସୁଆର ଏହି ପୁରସ୍କାର ଗ୍ରହଣ କରିଥିଲେ । କିଟ୍ ଟିବିଆଇ ଟେକ୍ନୋଲୋଜି ଇନକ୍ୟୁବେସନ କ୍ଷେତ୍ରରେ ସମଗ୍ର ଦେଶରେ ଉଦାହାରଣ କରିବା ସହ ମାପଦଣ୍ଡ ସୃଷ୍ଟି କରିଛି ।

ଏହା ପୂର୍ବରୁ କିଟ୍ ଟିବିଆଇ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଏସିଆନ ଆସୋସିଏସନ୍ ଅଫ୍ ବିଜିନେଶ ଇନକ୍ୟୁବେସନ (ଏଏବିଆଇ) ଦ୍ୱାରା ଭାରତର ସର୍ବୋତ୍ତମ ଟିବିଆଇ ଭାବେ ପୁରସ୍କୃତ ହୋଇଛି ।

ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ, ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ସୁଆର ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.