ନୂଆଦିଲ୍ଲୀ: ପୁଣି ଦିଲ୍ଲାରେ କାୟା ମେଲାଇଚି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପୁଣି ଥରେ ଲକଡାଉନ୍ ଲାଗୁ ପାଇଁ କେନ୍ଦ୍ରର ଅନୁମତି ଲୋଡିଛନ୍ତି । ଦିଲ୍ଲୀର ସବୁ ଅଞ୍ଚଳରେ ନୁହେଁ । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ହଟସ୍ପଟ ଅଞ୍ଚଳରେ ଲକଡାଉନ୍ କଟକଣା ଲାଗୁ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ୍ ।
ବିବାହରେ ପୁଣି ୫୦ ଜଣଙ୍କୁ ଅନୁମତି
ସେହିପରି ପୂର୍ବରୁ ବିବାହ ଆୟୋଜନ ଉପରେ ଏଣିକ ପୁଣି ଥରେ କଟକଣା ଲାଗିବ । କେଜ୍ରିୱାଲ କହିଛନ୍ତି, ବିବାହ ଉତ୍ସବରେ ୨୦୦ରୁ ଅଧିକ ଲୋକ ଯୋଗଦେବା ପାଇଁ ଦିଆଯାଇଥିବା ଅନୁମତିକୁ ସରକାର ପ୍ରତ୍ୟାହାର କରିଛନ୍ତି । ବର୍ତ୍ତମାନ ବିବାହ ଉତ୍ସବରେ କେବଳ ୫୦ ଜଣ ଲୋକ ଯୋଗ ଦେଇ ପାରିବେ । କରୋନା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ଏହାକୁ ୫୦ ରୁ ୨୦୦କୁ ବୃଦ୍ଧି କରାଯାଇଥିଲା ।
ଦିଲ୍ଲୀର ମାର୍କେଟ କରୋନା ହଟସ୍ପଟ୍
ଦିଲ୍ଲୀର କିଛି ମାର୍କେଟ ଏବେ କରୋନାର ହଟସ୍ପଟ ପାଲଟିଛି । ସେସବୁ ମାର୍କେଟରେ କୋଭିଡ୍ ନିୟମର ଉଲ୍ଲଂଘନ ସହ ସାମାଜିକ ଦୂରତା ରହୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଅଧିକ ଭିଡ଼ ହେଉଥିବା କିଛି ମାର୍କେଟକୁ ଅସ୍ଥାୟୀ ଭାବରେ କିଛି ଦିନ ବନ୍ଦ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି ଦିଲ୍ଲୀ ସରକାର ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନାରେ ୯୯ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ମହାରାଷ୍ଟ୍ରଠାରୁ ଅଧିକ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । କୋଭିଡ୍ ଗାଇଡଲାଇନକୁ ମାନିବା ପାଇଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ।
BREAKING NEWS
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
- Cyber Fraud: ୬.୨୭ କୋଟିର ସାଇବର ଫ୍ରଡ୍ ମାମଲା ; ୧୬ ବ୍ୟାଙ୍କ ଜମା ଖାତା ଜବତ,୫ ଗିରଫ
- କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ..୮୩ଟି ଜୀବନ୍ତ କଇଁଛ ଜବତ, ଦୁଇ ଗିରଫ
- ୮ ବିଭାଗର ୧୧ ପ୍ରସ୍ତାବକୁ ବାଜିଲା ରାଜ୍ୟ କ୍ୟାବିନେଟ୍ ମୋହର
Comments are closed.