ନୂଆଦିଲ୍ଲୀ: ପୁଣି ଦିଲ୍ଲାରେ କାୟା ମେଲାଇଚି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପୁଣି ଥରେ ଲକଡାଉନ୍ ଲାଗୁ ପାଇଁ କେନ୍ଦ୍ରର ଅନୁମତି ଲୋଡିଛନ୍ତି । ଦିଲ୍ଲୀର ସବୁ ଅଞ୍ଚଳରେ ନୁହେଁ । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ହଟସ୍ପଟ ଅଞ୍ଚଳରେ ଲକଡାଉନ୍ କଟକଣା ଲାଗୁ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ୍ ।
ବିବାହରେ ପୁଣି ୫୦ ଜଣଙ୍କୁ ଅନୁମତି
ସେହିପରି ପୂର୍ବରୁ ବିବାହ ଆୟୋଜନ ଉପରେ ଏଣିକ ପୁଣି ଥରେ କଟକଣା ଲାଗିବ । କେଜ୍ରିୱାଲ କହିଛନ୍ତି, ବିବାହ ଉତ୍ସବରେ ୨୦୦ରୁ ଅଧିକ ଲୋକ ଯୋଗଦେବା ପାଇଁ ଦିଆଯାଇଥିବା ଅନୁମତିକୁ ସରକାର ପ୍ରତ୍ୟାହାର କରିଛନ୍ତି । ବର୍ତ୍ତମାନ ବିବାହ ଉତ୍ସବରେ କେବଳ ୫୦ ଜଣ ଲୋକ ଯୋଗ ଦେଇ ପାରିବେ । କରୋନା ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ଏହାକୁ ୫୦ ରୁ ୨୦୦କୁ ବୃଦ୍ଧି କରାଯାଇଥିଲା ।
ଦିଲ୍ଲୀର ମାର୍କେଟ କରୋନା ହଟସ୍ପଟ୍
ଦିଲ୍ଲୀର କିଛି ମାର୍କେଟ ଏବେ କରୋନାର ହଟସ୍ପଟ ପାଲଟିଛି । ସେସବୁ ମାର୍କେଟରେ କୋଭିଡ୍ ନିୟମର ଉଲ୍ଲଂଘନ ସହ ସାମାଜିକ ଦୂରତା ରହୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଅଧିକ ଭିଡ଼ ହେଉଥିବା କିଛି ମାର୍କେଟକୁ ଅସ୍ଥାୟୀ ଭାବରେ କିଛି ଦିନ ବନ୍ଦ ରଖିବା ପାଇଁ କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି ଦିଲ୍ଲୀ ସରକାର ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନାରେ ୯୯ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ମହାରାଷ୍ଟ୍ରଠାରୁ ଅଧିକ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । କୋଭିଡ୍ ଗାଇଡଲାଇନକୁ ମାନିବା ପାଇଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ।
BREAKING NEWS
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
Comments are closed.