ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେଜ୍ରିଓ୍ୱାଲ୍ । ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ପାଖରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି । ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରାଇବା ସହ ଆଇସୋଲେଟ୍ ହେବାକୁ କହିଛନ୍ତି କେଜ୍ରିଓ୍ୱାଲ୍ ।
ପଞ୍ଜାବ ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଥିଲେ କେଜ୍ରିଓ୍ୱାଲ୍ । ଏସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆପ୍ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ସରକାରୀ ଓ ଦଳୀୟ କାର୍ୟ୍ୟ ପାଇଁ ବାହାରକୁ ଯିବା ବେଳେ ସେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।
I have tested positive for Covid. Mild symptoms. Have isolated myself at home. Those who came in touch wid me in last few days, kindly isolate urself and get urself tested
— Arvind Kejriwal (@ArvindKejriwal) January 4, 2022
କେଜ୍ରିଓ୍ୱାଲ୍ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ତାଙ୍କ ନମୁନାକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି । ଦୈନିକ କେସ୍ ବଢୁଛି । ସେହିପରି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବି ଲଗାତାର ବଢ଼ିବାରେ ଲାଗିଛି ।
Comments are closed.