Latest Odisha News

ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ

ବାରଙ୍ଗ : ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ । ଓମିକ୍ରନ୍‌ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ତେବେ ମଙ୍ଗଳବାରଠାରୁ ଉଭୟ ଉଦ୍ୟାନ ଖୋଲିବ ।

BjdElectrycity

ପର୍ଯ୍ୟଟକମାନେ କରୋନା ଗାଇଡ୍‌ଲାଇନ୍‌ ମାନି ଉଭୟ ଉଦ୍ୟାନ ବୁଲିପାରିବେ । କିନ୍ତୁ ବଣଭୋଜି କରିବାକୁ ବାରଣ କରାଯାଇଛି । ବଣଭୋଜିକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନନ୍ଦନକାନନର ୱେବସାଇଟ ମାଧ୍ୟମରେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରି କୋଭିଡ୍‌ର ସମସ୍ତ ନିୟମ ମାନି ବୁଲିବେ ।

Leave A Reply

Your email address will not be published.