ନୂଆଦିଲ୍ଲୀ: ପାକିସ୍ତାନ କରାଚି ସ୍ଥିତ ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ବିମାନଟି ଦୁବାଇ ଅଭିମୁଖେ ଯାଉଥିବାବେଳେ ଏହାକୁ କରାଚିରେ ଅବତରଣ କରାଯାଇଥିଲା । ବିମାନରେ ଯାଉଥିବା ଜଣେ ନାଇଜେରିଆନ ନାଗରିକଙ୍କର ହଠାତ ମୃତ୍ୟୁ ଘଟିବାରୁ ଏହାକୁ ଜରୁରୀ ଅବତରଣ କରାଯାଇଥିବା ଜଣାଯାଇଛି ।
6E-1736 ବିମାନ ରବିବାର ରାତି ୧୦.୦୫ରେ ଦିଲ୍ଲୀରୁ ଉଡାଣ ଭରିଥିଲା । ବିଳମ୍ବିତ ରାତିରେ କରାଚିରେ ପହଞ୍ଚିଥିଲା । ଦିଲ୍ଲୀରୁ ଦୋହା ଯାଉଥିବାବେଳେ ଏହାକୁ କରାଚୀ ଅଭିମୁଖେ ନିଆ ଯାଇଥିଲା । ମେଡିକାଲ କେସରେ ବିମାନଟିକୁ ଜରୁରିକାଳୀନ ସ୍ଥିତିରେ କରାଚୀ ଅଭିମୁଖେ ନିଆଯାଇଥିବା ଇଣ୍ଡିଗୋର ଜଣେ ଅଧିକାରୀ କହିଛନ୍ତି ।
ମୃତ ବ୍ୟକ୍ତିଙ୍କ ନାମ ଅବ୍ଦୁଲ୍ଲା ଓ ତାଙ୍କ ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି ।
ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ଯାତ୍ରା ସମୟରେ ବିମାନର ଡାକ୍ତରୀ ଟିମ ଏହି ନାଇଜେରିଆନ ନାଗରିକଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଆମକୁ ମର୍ମାହତ କରିଛି । ଏପରି ଏକ ଦୁଃସ୍ଥିତି ସମୟରେ ତାଙ୍କ ପରିବାର ତଥା ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କୁ ଭଗବାନ ଶକ୍ତି ଓ ସାମର୍ଥ୍ୟ ଦିଅନ୍ତୁ ।’
ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନ୍ୟଯାତ୍ରୀମାନଙ୍କୁ ଆଉ ଏକ ବିମାନରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା
Comments are closed.