Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: ବିଜେପିର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଆମ ଆଦମୀ ପାର୍ଟିର ନୂଆ ରଣନୀତି

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ପ୍ରତିଦିନ ବଦଳୁଛି ଦିଲ୍ଲୀର ନିର୍ବାଚନ ସମୀକରଣ । ଏହା ମଧ୍ୟରେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍‌) ବିଜେପିର ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛି ।

ସୂଚନା ମୁତାବକ, ଆପ୍ ଦଳ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ସିଟ୍ ର ନିଜ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ବିଜେପି ସମର୍ଥକଙ୍କ ଡାଟା ଦେଇଛି । ଏହି ଡାଟାର ବ୍ୟବହାର କରି ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୫ ହଜାର ଆପ୍ କାର୍ଯ୍ୟକର୍ତ୍ତା ୧୫ହଜାର ବିଜେପି ସମର୍ଥକଙ୍କ ସହିତ ସଂପର୍କ କରି ନିର୍ବାଚନ ଦିନ ପୋଲିଂ ବୁଥ୍ ପର୍ଯ୍ୟନ୍ତ ଆଣିବା ଓ ନିଜ ପକ୍ଷରେ ଭୋଟ୍ ଦେବାକୁ ଦାୟିତ୍ୱ ଦିଆଯାଇଛି । ଅର୍ଥାତ୍ ଆପ୍ ନିଜର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ତିନି ବିଜେପି ସମର୍ଥକଙ୍କୁ ନିଜ ପକ୍ଷରେ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ।

ମିଳିଥିବା ସୂତ୍ରରୁ ଜଣାପଡିଛି, ଆପ୍ ଏହି ରଣନୀତି ଉପରେ ସୋମବାର ଦିନ ଠାରୁ କାମ ଆରମ୍ଭ କରିଦେଇଛି । ଦିଲ୍ଲୀରେ ଫେବୃଆରୀ ୮ତାରିଖରେ ମତଦାନ ହେବ ଓ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେଉଛି । ଫେବୃଆରୀ ୧୧ରେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିବ ।

Leave A Reply

Your email address will not be published.