Latest Odisha News

ପୁଣି ସପ୍ତାହେ ଲାଗି ଲକଡାଉନ୍ ବଢ଼ାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୨୫ ହଜାର ତଳକୁ ଖସୁ ନାହିଁ । ଦୁଇ ଥରରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍ ସତ୍ତ୍ୱେ ସଂକ୍ରମଣ ହ୍ରାସ୍ ପାଉନାହିଁ । ଫଳରେ ଦିଲ୍ଲୀରେ ଲକଡାଉନକୁ ଆଉ ଏକ ସପ୍ତାହ ଲାଗି ବଢ଼ାଇ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ମେ’ ୧୦ ସକାଳ ୫ଟା ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ । ୨ ସପ୍ତାହ ହେଲା ତାଲାବନ୍ଦ ଭିତରେ ରହିଥିବା ଦିଲ୍ଲୀ ଆହୁରି ଏକ ସପ୍ତାହ ଲକଡାଉନରେ ରହିବ । ତୃତୀୟ ପର୍ଯ୍ୟ ଲକଡାଉନରେ ମଧ୍ୟ ପୂର୍ବରୁ ଲାଗୁ କରାଯାଇଥିବା କଟକଣା ବଳବତ୍ତର ରହିବ । କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି ।

କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଦିଲ୍ଲୀ ସରକାର ଲକଡାଉନ୍ ଘୋଷଣା କରିଥିଲେ । ତେବେ ଲକଡାଉନ୍ ପରେ କରୋନା ସଂକ୍ରମଣ ମାମଲା ଥମିନାହିଁ । ସ୍ୱାସ୍ଥ୍ୟସେବାରେ ମଧ୍ୟ ସେଭଳି ସୁଧାର ଆସିନାହିଁ । ଆଜି ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ମିଶାଇ ୮ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ଦିଲ୍ଲୀରେ ୨୭ ହଜାର ୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୫ ଜଣ ଆଖି ବୁଜିଥିଲେ ।

Leave A Reply

Your email address will not be published.