Latest Odisha News

BREAKING NEWS

ୱାର୍ଣ୍ଣରଙ୍କ ସ୍ଥାନରେ ୱିଲିୟମସନ ହେଲେ ହାଇଦ୍ରାବାଦର ଅଧିନାୟକ

ମୁମ୍ବାଇ:ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ଦକ୍ଷତା ମୁତାବକ ହୋଇପାରି ନାହିଁ । ଦଳ ୬ ମ୍ୟାଚରୁ ୫ରେ ପରାଜିତ ହୋଇ ପଂଏଟ ଟେବୁଲର ୮ମ ସ୍ଥାନରେ ରହିଛି । ଶନିବାର ଟିମ୍ ମ୍ୟାନେଜମେଂଟ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଅଭିଜ୍ଞ କେନ ୱିଲିୟସମସନଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛନ୍ତି । ରବିବାର ହାଇଦ୍ରାବାଦ କର ବା ମର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ।

ଟିମ୍ ଚୟନ ନେଇ ଏବଂ ମନୀଷ ପାଣ୍ଡେଙ୍କୁ ଚୂଡାନ୍ତ ଏକାଦଶରୁ ବାହାର ରଖିବା ନେଇ ୱାର୍ଣ୍ଣର ସମାଲୋଚନା କରିଥିଲେ । ବିଦେଶୀ ଖେଳାଳିରେ ପରିବର୍ତନ କରାଯିବ ବୋଲି ମଧ୍ୟ ମ୍ୟାନେଜମେଂଟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.