Latest Odisha News

BREAKING NEWS

ଦିଲ୍ଲୀ ଗଲେ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏହିସବୁ ପ୍ରସିଦ୍ଧ ମନ୍ଦିର

ଭୁବନେଶ୍ବର: ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର ଭାରତ । ଯେଉଁଠି ଯିବେ ସେଇଠି ମନ୍ଦିର । ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ସବୁଠି ଭାରି ରହିଛି ଅନେକ ମଦିର ।

ପ୍ରତ୍ୟେକ ସ୍ଥାନରେ ଥିବା ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି, ଯେଉଁ କାରଣରୁ ତାହା ପ୍ରସିଦ୍ଧ ହୋଇଥାଏ । ଧାର୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ ଥିବା କିଛି ମନ୍ଦିର ଦେଶର ରାଜଧାନୀ ଦିଲ୍ଲୀରେ ରହିଛି। ଭ୍ରମଣର ସ୍ୱତନ୍ତ୍ର ମଜା, ହସଖୁସି, ସ୍ୱାଦିଷ୍ଟ ବ୍ୟଞ୍ଜନ ସବୁକିଛି ଆପଣ ଦିଲ୍ଲୀରେ ପାଇପାରିବେ।

ଆସନ୍ତୁ ଜାଣିବା ଦିଲ୍ଲୀର ପ୍ରସିଦ୍ଧ ମନ୍ଦିର ମାନଙ୍କ ବିଷୟରେ ଯେଉଁଠାକୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥାନ୍ତି..

ହନୁମାନ ମନ୍ଦିର –

ଦିଲ୍ଲୀର ଦିଲ କୁହାଯାଉଥିବା କନାଁଟ ଯୁବପିଢୀ ମାନଙ୍କ ସବୁଠାରୁ ପସନ୍ଦର ସ୍ଥାନ। ଏହା ସହ ଏଠାରେ ଥିବା ପ୍ରଭୁ ହନୁମାନଙ୍କ ମନ୍ଦିର ଖୁବ ପ୍ରସିଦ୍ଧ। ଦିଲ୍ଲୀର ପୁରାତନ ମନ୍ଦିର ମାନଙ୍କ ମଧ୍ୟରୁ ଏହା ଗୋଟିଏ। ମହାଭାରତ ସମୟରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା ବୋଲି ମଧ୍ୟ କୁହାଯାଏ। ମଙ୍ଗଳବାର ଓ ଶନିବାର ଦିନ ଏହି ମନ୍ଦିରରେ ଖୁବ ଭିଡ଼ ହୋଇଥାଏ। ଲୋକେ ଖୁବ ଖୁସି ଓ ଶାନ୍ତିରେ ପୂଜାର୍ଚ୍ଚନା କରିଥାଆନ୍ତି। ଯାଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହେବା ସହ ଜୀବନରେ ଥିବା ବହୁ ସମସ୍ୟା ଦୂର ହୋଇଥାଏ।

ଛତ୍ତରପୁର ମନ୍ଦିର –

ଛତ୍ତରପୁର ମନ୍ଦିର ଦିଲ୍ଲୀର ସବୁଠାରୁ ସୁନ୍ଦର ମନ୍ଦିର ମାନଙ୍କ ମଧ୍ୟରୁ ଗୋଟିଏ। ମନ୍ଦିରର କାରୁକାର୍ଯ୍ୟ ଖୁବ ଉଚ୍ଚକୋଟରୀର। ପ୍ରାୟ ୭୦ଏକକ ପରିସର ମଧ୍ୟରେ ଏହି ମନ୍ଦିର ରହିଛି। ଏଠାରେ ଶ୍ରଦ୍ଧାଳୁ ଭକ୍ତିଭାବରେ ମା’ଙ୍କୁ ଦର୍ଶନ କରିଥାଆନ୍ତି। ଧାର୍ମିକ ବାତାବରଣରେ ନିଜକୁ ହଜାଇ ଦେଇଥାଆନ୍ତି।

କାଲକା ଜୀ ମନ୍ଦିର –

ଏହା ଦେଶର ଓ ଦିଲ୍ଲୀର ସବୁଠାରୁ ପୁରୁଣା ମନ୍ଦିର। ୧୭୬୪ରେ ଏହି ମନ୍ଦିର ନିର୍ମାଣ ହୋଇଛି ବୋଲି କୁହାଯାଏ। ମନ୍ଦିରରେ ମା’ଦୁର୍ଗାଙ୍କ ରୂପରେ ମା’କାଳୀଙ୍କର ପୂଜାର୍ଚ୍ଚନା ହୋଇଥାଏ। ନବରାତ୍ରି ସମୟରେ ଦିନରାତି ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।

ଦିଗମ୍ବର ଜୈନ ଲାଲ ମନ୍ଦିର –


ଦିଲ୍ଲୀର ଚାନ୍ଦିନୀ ଚୌକରେ ଥିବା ଏହି ମନ୍ଦିରରେ ସର୍ବଦା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଖୁବ ଭିନ୍ନ ଓ ଏହା ବହୁ ପୁରାତନ ମନ୍ଦିର ଅଟେ। ସକାଳରୁ ଆରମ୍ଭ କରି ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲ ରହେ।

Comments are closed.