Latest Odisha News

BREAKING NEWS

ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ; ଦୁଷ୍କର୍ମକାରୀ ଅକ୍ଷୟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ୍

ନୂଆଦିଲ୍ଲୀ: ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂହର ପୁନର୍ବିଚାର ଆବେଦନକୁ ବୁଧବାର ଦିନ ସୁପ୍ରିକକୋର୍ଟ ଖାରଜ କରିଦେଇଛନ୍ତି ।

ଏହି ବହୁଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ ।

ସୁପ୍ରିମକୋର୍ଟରେ ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଇନ୍ଦୁମତୀ ଏବଂ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ରାୟ ଘୋଷିତ ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ୨୦୧୨ ଡ଼ିସେମ୍ବର ୧୬ ତାରିଖରେ ପାରା-ମେଡ଼ିକାଲ୍ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ୬ଜଣ ବ୍ୟକ୍ତି ପାଶବିକ ଭାବେ ଗଣଦୁଷ୍କର୍ମ କରିଥିଲେ । ତାଙ୍କୁ ଅମାନୁଷିକ ଭାବେ ଯୌନ ନିର୍ଯ୍ୟାତନା ଦେବାକୁ ପଛାଇନଥିଲେ ଏହି ନୃଶଂସ ଗଣ ଦୁଷ୍କର୍ମକାରୀ । ତାଙ୍କୁ ଗଣଦୁଷ୍କର୍ମ କରି ଅନେକ ଶାରୀରିକ ଯନ୍ତ୍ରଣା ଦେବା ପରେ ଚାଲୁଥିବା ବସରୁ ବାହାରକୁ ଫିଙ୍ଗିଦେଇଥିଲେ ।
ପରେ ଡ଼ିସେମ୍ବର ୨୯ରେ ପୀଡ଼ିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ନିର୍ଭୟାଙ୍କ ମାଆ ଏହି ନୃଶଂସ ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ଅନେକ ଥର ଦାବୀ କରିଛନ୍ତି ।

Leave A Reply

Your email address will not be published.