Latest Odisha News

BREAKING NEWS

ଆସନ୍ତୁ ଜାଣିବା ଟିକ-ଟକ୍ ର କେତେଜଣ ଚର୍ଚ୍ଚିତ ଷ୍ଟାରଙ୍କ ବିଷୟରେ

ଭୁବନେଶ୍ୱର: ଟିକଟକ୍ ଏବେ ଯୁବ ପିଢ଼ୀଙ୍କ ନିଶା ପାଲଟିଛି କହିଲେ ଭୁଲ ହେବ ନାହିଁ । ତେବେ ଏହା ମାଧ୍ୟମରେ କେତେକ ଯୁବକ, ଯୁବତୀ ସାମୟିକ ଅଭିନୟ କରି ଷ୍ଟାର ପାଲଟିଛନ୍ତି ।

ଆସନ୍ତୁ ସେ ଭଳି କିଛି ଟିକଟକ ଷ୍ଟାରଙ୍କ ବିଷୟରେ ଜାଣିବା ।

ଅଭନୀତ କୌର:

ଅଭନୀତ କୌରଏହି ଦୌଡରେ ସବୁଠାରୁ ଆଗରେ ରହିଛନ୍ତି । ଏହି ଟିଭି ଅଭିନେତ୍ରୀଜଣଙ୍କର ଟିକଟକରେ ୪ ମିଲିୟନ ଫଲୋର୍ସ ରହିଛନ୍ତି । ସବ୍ ଟିଭିର ଆଲ୍ଲାଦ୍ଦିନ ସିରିୟଲରେ ସେ ରାଣୀ ୟସମିନଙ୍କ ରୋଲରେ ଚର୍ଚ୍ଚାକୁ ଆସିଥିଲେ ଅଭନୀତ । ତାଙ୍କର ଗ୍ଲାମରସ ପ୍ରସ୍ତୁତି ଟିକଟକରେ ଯୁବପିଢ଼ୀଙ୍କ ନିକଟରେ ବେଶ୍ ଆଦୃତ ହେଉଛି ।

ଆଶିକା ଭାଟିଆ:

ଆଶିକା ଭାଟିଆ ମଧ୍ୟ ଜଣେ ଭଲ ଅଭିନେତ୍ରୀ ଓ ଡ୍ୟାନ୍ସର ଅଟନ୍ତି । ତାଙ୍କର ଡ୍ୟାନ୍ସ ଭିଡିଓ ଟିକଟକ ଓ ଇନଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ହେଉଛି ।

ହୀର ନାୟକ:

ତାଙ୍କ ପଛକୁ ରହିଛନ୍ତି ହୀର ନାୟକ । ଏହି ଭାଷ୍ୟକାର ଜଣକ ଟିକଟକରେ ଭିଡିଓ ଛାଡି ବେଶ୍ ଲୋକପ୍ରିୟ ହୋଇଛନ୍ତି । ସେ ଏକ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ତାଙ୍କ ଭିଡିଓ ପ୍ରସାରିତ କରୁଛନ୍ତି ।

ଆଭେଜ ଦରବାର:

ଆଭେଜ ଦରବାର ମଧ୍ୟ ଏମାନଙ୍କଠାରୁ ପଛରେ ନାହାନ୍ତି । ସେ ଅଭିନୟ ସହ କୋରିଓଗ୍ରାଫି ମଧ୍ୟ କରନ୍ତି । ତାଙ୍କ ଭିଡିଓରେ ସୋସିଆଲ ମେସେଜ ଥିବାରୁ ଏହା ସମସ୍ତଙ୍କୁ ପସନ୍ଦ ଆସୁଛି । ସେ କିନ୍ତୁ ବ୍ୟକ୍ତିଗତ ଭାବେ ଡ୍ୟାନ୍ସ ଭିଡିଓ ନେଇ ଆଗ୍ରହୀ ।

ଜନ୍ନତ ଜୁବେ:

ଜନ୍ନତ ଜୁବେର ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ସେ ତାଙ୍କ ଛୋଟ ଭାଇ ଆୟନ ଜୁବେର ସହ କରିଥିବା ଭିଡିଓ ଟିକଟକରେ ଭଲ ପ୍ରଶଂସକ ଜୁଟାଉଛି ।

ମଞ୍ଜୁଲ ଖଟ୍ଟର:

ମଞ୍ଜୁଲ ଖଟ୍ଟରଙ୍କ ଟିକଟକରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ତାଙ୍କୁ ଆପକୁ କ୍ରାଉନ ଷ୍ଟାର ଆଖ୍ୟ ଦିଆଯାଇଛି । ସେ ଡ୍ୟାନ୍ସ, ମଜାଦାର ଅଭିନୟ ନେଇ ବେଶ୍ ଆଦୃତ ।

Leave A Reply

Your email address will not be published.