ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ମୂଷା, ଗୁଣ୍ଡୁଚି ମୂଷା ଓ ଠେକୁଆଙ୍କୁ ଧରିବା ପାଇଁ ବ୍ୟବହାର କରାଯାଛଥିବା ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଛି । ଏହି କ୍ରୁର ଓ ଅମାନବୀୟ ପଦ୍ଧତି ଯୋଗୁ ନିରୀହ ଜନ୍ତୁର ମୃତ୍ୟୁ ଘଟୁଥିବାରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ନିର୍ମାତା, ବିକ୍ରି, ଉପଯୋଗ ଉପରେ ଏଥର ସମ୍ପୂର୍ଣ୍ଣ ପ୍ରତିବନ୍ଧ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରୀ କରାଯାଇଛି । ଏହାକୁ ଉଲ୍ଲଂଘନ କଳେ ପ୍ରୁ କ୍ରୁରତା ନିବାରଣ ଅଧିନିୟମ ୧୯୬୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ପିପୁଲ୍ସ ଫର ଦି ଏଥିକାଲ ଟ୍ରିଟମେଂଟ ଅଫ ଆନିମଲ୍ସ ଏ ନେଇ ଦାବୀ କରି ଆସୁଥିଲା ।
ଅରୁଣାଚଳ ପ୍ରଦେଶ, ଛତିଶଗଡ, ଗୋଆ, ହିମାଚଳ ପ୍ରଦେଶ, ଜମ୍ମୁ ଆଣ୍ଡ କଶ୍ମୀର, କର୍ଣ୍ଣାଟକ, ଲଦାଖ, ଲକ୍ଷଦ୍ୱୀପ, ମଧ୍ୟପ୍ରଦେଶ, ମେଘାଳୟ, ମିଜୋରମ ସରକାର ମଧ୍ୟ ଏହା ଉପରେ କଟକଣା ଲଗାଇ ସାରିଛନ୍ତି । ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ଉତରାଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ପେଟା ଅଭିଯାନ ଚଳାଇ ସଫଳତା ହାସଲ କରିଛି । ଏହି ଗ୍ଲୁ ଟ୍ରାପ ଯୋଗୁ ଅଗଣିତ ପଶୁ ଏବଂ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି ।
Comments are closed.