Latest Odisha News

ଫିଲ୍ମ ‘୮୩’କୁ ଟିକସମୁକ୍ତ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଫିଲ୍ମ ‘୮୩’କୁ ଟିକସମୁକ୍ତ ଘୋଷଣା କଲେ ଦିଲ୍ଲୀ ସରକାର। ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍‌ଙ୍କ ଦ୍ୱାରା ଅଭିନୀତ ଫିଲ୍ମ କ୍ରିକେଟ୍ ଡ୍ରାମା “୮୩”କୁ ଦେଖିବାକୁ ଦିଲ୍ଲୀରେ ଟିକସମୁକ୍ତ ଘୋଷଣା କରାଯାଇଛି ବୋଲି ନିର୍ମାତାମାନେ ମଙ୍ଗଳବାର ଘୋଷଣା କରିଛନ୍ତି।

କବୀର ଖାନ ଇନଷ୍ଟାଗ୍ରାମରେ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଧନ୍ୟବାଦ ଲେଖି ଜଣାଇଛନ୍ତି। ଦିଲ୍ଲୀରେ ଫିଲ୍ମ ‘୮୩’କୁ ଟ୍ୟାକ୍ସମୁକ୍ତ ଘୋଷଣା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୧୯୮୩ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିବା ଐତିହାସିକ ମୁହୂର୍ତ୍ତକୁ ନେଇ ଫିଲ୍ମ ନିର୍ମାଣ ହୋଇଛି।

ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଫାଣ୍ଟମ ଫିଲ୍ମ ଦ୍ୱାରା ଉପସ୍ଥାପିତ ହୋଇଥିବା “୮୩” ଡିସେମ୍ବର ୨୪ରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲି ହେବ।

କପିଲଙ୍କ ପତ୍ନୀ ରୋମି ଭୂମିକାରେ ଅଭିନୟ କରି ଅଭିନେତା ଦୀପିକା ପାଦୁକୋନ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.