Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ପୂର୍ବରୁ ଚିଲ, ଶାଗୁଣାଙ୍କୁ ଚିକେନ ପାର୍ଟି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଭାରତର ସମସ୍ତ କ୍ଷମତା ବିଶ୍ୱ ଦେଖିଥାଏ । ଏହି ଅବସରରେ ଆକାଶରେ ଲଢ଼ୁଆ ବିମାନ ଗର୍ଜନ ସହ କଳା କୌଶଳ ଦେଖାଇଥାଏ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ଚିଲ ଏବଂ ଶାଗୁଣା ସମସ୍ୟା ସୃଷ୍ଟି କରିଥାଏ । ଚିଲଙ୍କୁ ବିମାନ ଉଡୁବା ଦିଗରୁ ହଟେଇବା ପାଇଁ ସେମାନଙ୍କୁ ଚିକେନ ପାର୍ଟି ଦିଆଯିବ । ଏଥିପାଇଁ ଦିଲ୍ଲୀ ବନ ବିଭାଗ ୧୨୭୫ କିଲୋ ବୋନଲୋସ ଚିକେନ ବରାଦ କରିଛି । ଚିଲଙ୍କୁ ଏହାର ଲୋଭ ଦେଖାଇ ଦୂରକୁ ପଠାଇ ଦିଆଯିବ ।

ସେମାନେ ଚିକେନର ମଜା ନେଉଥିବା ବେଳେ ଦିଲ୍ଲୀରେ ଗରଜିବ ଭାରତର ଦକ୍ଷତା, କ୍ଷମତା ଓ ସାହସ । ପୂର୍ବରୁ ଏଥିପାଇଁ ମଇଁଷିଙ୍କ ମାଂସ ବ୍ୟବହାର କରାଯାଉଥିଲା । ଏଥର ପ୍ରଥମ ଥର ପାଇଁ ଚିକେନ ବ୍ୟବହାର କରାଯିବ । ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ସହରର ୨୦ଟି ସମ୍ବେଦନଶୀଳ ସ୍ଥାନରେ ଏହାର ଅଭ୍ୟାସ କରାଯିବ । ଗଣତନ୍ତ୍ର ଦିବସକୁ ସୁଚାରୁରୂପେ ପାଳନ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଲାଲ କିଲ୍ଲା, ଜାମା ମସଜିଦ, ମଣ୍ଡି ହାଉସ, ଦିଲ୍ଲୀ ଗେଟ ଓ ମୌଲାନା ଆଜାଦ ଇନଷ୍ଟିଚ୍ୟୁଟ ପରି ଅଂଚଳରେ ଚିଲଙ୍କୁ ଚିକେନର ଛୋଟ ଛୋଟ ଅଂଶ(୨୦ରୁ ୩୦ଗ୍ରାମ) ଫିଙ୍ଗାଯିବ । ୭ ଦିନ ମଧ୍ୟରେ ୧୨୭୫ କିଲୋର ମାଂସର ଆବଶ୍ୟକତା ରହିଛି । ଏଥିପାଇଁ ଟେଣ୍ଡର ମଗାଯାଇଛି ।

Leave A Reply

Your email address will not be published.