Latest Odisha News

BREAKING NEWS

କରୋନା ଲଢେଇରେ କିଙ୍ଗ୍ ଖାନ୍‌ଙ୍କ ଅବଦାନକୁ ପ୍ରଶଂସା; ‌ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ‌

ନୂଆଦିଲ୍ଲୀ: କରୋନା କାଳରେ ଅସହାୟଙ୍କୁ ସାହାରା ଯୋଗାଇ ଦେବା ପାଇଁ ଅନେକ ବଲିଉଡ୍‌ ତାରକା ସହଯୋଗର ହାତ ବଢାଇଛନ୍ତି। ପ୍ରବାସୀଙ୍କ ପ୍ରତି ଅଭିନେତା ସୋନୁ ସୁଦଙ୍କ କଥା ତ କାହାକୁ ଅଛପା ନାହିଁ।  ତେବେ ସୋନୁଙ୍କ ଉଦାର ମନୋଭାବ ଅନେକଙ୍କୁ ‌ଅନୁପ୍ରାଣିତ କରିଥିବା ବେଳେ ବଲିଉଡ୍‌ର କିଙ୍ଗ୍‌ ଖାନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ନିଜ କାର୍ଯ୍ୟ ବଳରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ଶହାରୁଖ୍‌। ଯେଉଁଥିପାଇଁ ଶାହାରୁଖ୍‌ଙ୍କୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ‌ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି।

ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ କରୋନା ବିପର୍ଯ୍ୟୟ ସମୟରେ ଶାହାରୁଖ ଖାନ ଦିଲ୍ଲୀକୁ ୫୦୦ ରିମଡେସିଭିର ଇଞ୍ଜେକ୍ସନ ଦାନ କରିଛନ୍ତି। ତାଙ୍କର ଏଭଳି ସହାୟତା ଦିଲ୍ଲୀବାସୀଙ୍କୁ କରୋନା ବିରୋଧରେ ଲଢିବା ପାଇଁ ସାହାଯ୍ୟ କରିଥିଲା। ସେ ଆହୁରି କହିଛନ୍ତି ଯେଆମେ ଶାହାରୁଖ ଏବଂ ମିର୍‌ ଫାଉଣ୍ଡେସନକୁ ସହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛୁ। ଏହାସହିତ ସେ କହିଛନ୍ତି ଯେ ଯେତେବେଳେ ଦିଲ୍ଲୀକୁ ୫୦୦ ରେମଡେସିଭର୍ ଇଞ୍ଜେକ୍ସନ୍‌ର ଅତ୍ୟଧିକ ଆବଶ୍ୟକ ଥିଲା ସେହି ସମୟରେ ଶାହାରୁଖ୍‌ ସାହାଯ୍ୟର ହାତ ବଢାଇଥିଲେ। ଏଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ।  ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ‌ଙ୍କ ଏହି ଟଉଇଟ୍‌ ଭାଇରାଲ୍‌ ହେବା ପରେ ଶାହାରୁଖ୍‌ଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା।

ଉଲ୍ଲେଖ ଥାଉ କି, ଏହା ପର୍ବରୁ ମଧ୍ୟ ଶାହାରୁଖଙ୍କ ଦ୍ୱାରା ୨୫ ହଜାର ପିପିଇ କିଟ୍ ମଧ୍ୟ ଦାନ କରାଯାଇଛି। ସେତେବେଳେ ସୋସିଆଲ ମିଡିଆରେ ମହାରାଷ୍ଟ୍ର ସରକାର ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.