Latest Odisha News

ଜୋ ବାଇଡେନ୍ ଓ କମଲା ହାରିସ ବର୍ଷ ୨୦୨୦ ପାଇଁ ଟାଇମ୍ସ ମାଗାଜିନର ‘ପର୍ସନ୍ ଅଫ୍ ଦି ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ବଡ଼ ସମ୍ମାନ । ଟାଇମ୍ସ ମାଗାଜିନ୍ ପକ୍ଷରୁ ବର୍ଷ ୨୦୨୦ ପାଇଁ ସେମାନଙ୍କୁ ପର୍ସନ୍ ଅଫ ଦି ଇୟର ଭାବରେ ମନୋନୀତ କରାଯାଇଛି । ଚଳିତବର୍ଷ ନଭେମ୍ବର ୭ ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଜୋ ବାଇଡେନ୍ ଓ କମଲା ହାରିସ ।

ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ, ଆମେରିକାରେ ପରିବର୍ତ୍ତନର ଆହ୍ୱାନ, ବିଭାଜନକାରୀ ଏଜେଣ୍ଡା ପ୍ରତି ଅଧିକ ସହାନୁଭୂତି ଦେଖାଇବା ଏବଂ ବିଶ୍ୱକୁ ଏକ ଆଶା ଦେଖାଇଥିବାରୁ ଜୋ ବାଇଡେନ୍ ଓ କମଲା ହାରିସଙ୍କୁ ଟାଇମ୍ ମାଗାଜିନର ୨୦୨୦ ପର୍ସନ୍ ଅଫ୍ ଦି ଇୟର ଭାବରେ ମନୋନୀତ କରାଯାଇଛି ।

ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି । ସେହିପରି କମଲା ହାରିସ ହେଇଛନ୍ତି ଆମେରିକାର ପ୍ରଥମ ମହିଳା ଓ ଦକ୍ଷିଣ-ଏସୀୟ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ୨୦୧୬ରେ ଟାଇମ୍ସ ମାଗାଜିନ୍ ଡୋନାଲ୍ଡ ଟ୍ରମ୍ପଙ୍କ ପର୍ସନ୍ ଅଫ ଦି ଇୟର ମନୋନୀତ କରିଥିଲା ।

Leave A Reply

Your email address will not be published.