Latest Odisha News

୨୨ ସପ୍ତାହର ଗର୍ଭବତୀ ମହିଳାଙ୍କୁ ମିଳିଲା ଗର୍ଭପାତର ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୨ ସପ୍ତାହର ଗର୍ଭବତୀ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଗର୍ଭସ୍ଥ ଶିଶୁର ଏକ ନିର୍ଦ୍ଦିଷ୍ଟ ଜନ୍ମଗତ ସମସ୍ୟା ଚିହ୍ନଟ ହେବାପରେ ଡାକ୍ତରୀ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ। ବାସ୍ତବରେ, ଗର୍ଭସ୍ଥ ଶିଶୁର ଜନ୍ମଗତ ଏକ ଗମ୍ଭୀର ସମସ୍ୟା ଚିହ୍ନଟ ହେବାପରେ ମହିଳା ଜଣକ ଶିଶୁର ଜନ୍ମ ସମୟରେ ମାନସିକ ସ୍ତରରେ ଯନ୍ତ୍ରଣା ଭୋଗିପାରନ୍ତି ବୋଲି କୁହାଯାଇଥିଲା।

ଜଷ୍ଟିସ୍ ରେଖା ପଲ୍ଲୀ କହିଥିଲେ ଯେ ୩୧ ବର୍ଷୀୟ ଆବେଦନକାରୀଙ୍କ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣାପଡିଛି ଯେ ଶିଶୁଟି ଜନ୍ମ ପରେ ତାର ବିଭିନ୍ନ ପ୍ରକାରର ଶାରୀରିକ ଅକ୍ଷମତା ଦେଖାଦେଇପାରେ ଏବଂ ବିଭିନ୍ନ ଅସ୍ତ୍ରୋପଚାରର ମଧ୍ୟ ଆବଶ୍ୟକ ପଡ଼ିପାରେ। ଯାହା ତା ଜୀବନକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ।

ତେବେ ମହିଳା ଜଣକ ବିଚାରପତିଙ୍କୁ କହିଥିଲେ ଯେ ୨୦୧୯ ରେ ତାଙ୍କର ଯାଆଁଳା ଶିଶୁ ହେବାର ଥିଲା, କିନ୍ତୁ କିଛି ଜଟିଳତା ହେତୁ ଏବଂ ଶାରୀରିକ ବିକଳାଙ୍ଗ ହେତୁ ଗୋଟିଏ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ଶିଶୁଟି ଚିକିତ୍ସା ଚାଲିଛି। ସେ ପୁନର୍ବାର ମାନସିକ ଏବଂ ଭାବପ୍ରବଣ ଅବସ୍ଥାରେ ପଡ଼ିବାକୁ ଚାହୁଁନାହାଁନ୍ତି।

କୋର୍ଟ କହିଛନ୍ତି ଯେ ଯଦି ଆବେଦନକାରୀଙ୍କୁ ଗର୍ଭପାତ ପାଇଁ ଅନୁମତି ଦିଆଯାଇନଥାଏ, ତେବେ ତାଙ୍କୁ ଗୁରୁତର ମାନସିକ ଦୁଃଖ ଭୋଗିବାକୁ ପଡିପାରେ, ତେଣୁ ମୁଁ ଆବେଦନକାରୀଙ୍କ ପରାମର୍ଶରେ ସହମତ ଯେ ଏହି ମାମଲାରେ ଆବେଦନକାରୀଙ୍କୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଉ।

Comments are closed.