Latest Odisha News

BREAKING NEWS

ପୁଣି ବିବାଦରେ ବାବା ରାମଦେବ, କଡ଼ା ସମାଲୋଚନା କଲେ କୋର୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ପାନୀୟ ରୁହ ଆଫଜାକୁ ନେଇ ବାବା ରାମଦେବ ଦେଇଥିବା ବିବାଦୀୟ ବୟାନକୁ କୋର୍ଟ କଡ଼ା ସମାଲୋଚନା କରିଛନ୍ତି। କୋର୍ଟ ଏହି ମନ୍ତବ୍ୟକୁ ଅସମର୍ଥନୀୟ ଏବଂ ନିନ୍ଦନୀୟ ବୋଲି କହିଛନ୍ତି।

ଏହି ଘଟଣା ଏପ୍ରିଲ ୩ର ଅଟେ। ଯେତେବେଳେ ରାମଦେବ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ରୁହ୍ ଆଫଜା ରୁ ହେଉଥିବା ଲାଭକୁ ମସଜିଦ ଏବଂ ମଦ୍ରାସା ନିର୍ମାଣରେ ବିନିଯୋଗ କରାଯାଉଛି ବୋଲି ନିଜର ଏକ ବୟାନ ଦେଇଥିଲେ। ତେବେ ବାବା ରାମଦେବ ନିଜର ସର୍ବତ ବ୍ରାଣ୍ଡ ପତାଞ୍ଜଳି ଗୁଲାବ ସର୍ବତ୍ ର ପ୍ରଚାର କରିବା ସମୟରେ କହିଥିଲେ ଆପଣ ମାନେ ଯେଉଁ ରୁହ ଆଫଜା ପିଉଛନ୍ତି ତାହାର ରୋଜଗାର ମୁସଲିମ ମାନଙ୍କର ମସଜିଦ ଓ ମଦ୍ରାସା ନିର୍ମାଣରେ ବିନିଯୋଗ କରାଯାଇଛି। କିନ୍ତୁ ଯଦି ଆପଣ ପତଞ୍ଜଳିର ଗୁଲାବ ଶରବତ ପିଇବେ ତାହେଲେ ଏହା ଗୁରୁକୁଳ ନିର୍ମାଣ କରିବାରେ ସହାୟକ ହେବ ସହ ଆଚାର୍ଯ୍ୟ କୁଳମ ର ମଧ୍ୟ ବିକାଶ କରିବା ଓ ପତଞ୍ଜଳି ବିଶ୍ୱବିଦ୍ୟାଳୟ ର ମଧ୍ୟ ଉନ୍ନତି ହୋଇପାରିବ ଏବଂ  ଏସବୁ ଦ୍ଵାରା ଭାରତୀୟ ଶିକ୍ଷା ବୋର୍ଡ ସୁଦୃଢ଼ ମଧ୍ୟ ହୋଇ ପାରିବ।

ଏପରି ବିବାଦୀୟ ବୟାନ ପରେ  ହମଦର୍ଦ  ବାବା ରାମଦେବ ଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଥିଲେ। ହମଦର୍ଦଙ୍କ ପକ୍ଷରେ ଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଥିଲେ ଯେ ଏହା ଅତ୍ୟନ୍ତ ଅପମାନ ଜନକ ବାର୍ତ୍ତା ଅଟେ। ଏହ ଦ୍ଵାରା ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି ହେବା ସହ ଏହା ବିବାଦର ରୂପ ମଧ୍ୟ ନେଇପାରେ।

ନ୍ୟାୟାଳୟର ତୀବ୍ର ସମାଲୋଚନା ପରେ ରାମଦେବଙ୍କ ଆଇନଜୀବୀ ରାଜୀବ ନୟାର ନ୍ୟାୟାଳୟକୁ ଆଶ୍ୱାସନା ଦେଇଛନ୍ତି କହିଛନ୍ତି ଯେ, ‘ଶରବତ ଜିହାଦ’ ସମ୍ବନ୍ଧୀୟ ସମସ୍ତ ଭିଡିଓ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ପତଞ୍ଜଳି ପକ୍ଷରୁ ତୁରନ୍ତ ହଟାଇ ଦିଆଯିବ।

Comments are closed.