Latest Odisha News

BREAKING NEWS

କୋଭିଡ୍-୧୯: କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ, ଭିଡ଼ କରିବା ମନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସଂଗୀନ ଆଡ଼କୁ ଗତି କରିଛି। ଦିଲ୍ଲୀରେ ଗତି କିଛି ମାସ ଭିତରେ ୪୦୦ ପ୍ରତିଶତରୁ ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି। ତେଣୁ କୋର୍ଟ ପରିସରରରେ ମାସ୍କ ବାଧ୍ୟତାମୁଳକ କରାଯାଇଛି। ଏଥିସହିତ କୋର୍ଟ ପ୍ରାଙ୍ଗଣରେ ଭିଡ଼ କରିବାକୁ ମନା କରାଯାଇଛି। ଦିଲ୍ଲୀ ହୋଇକୋର୍ଟ ମୁଖ୍ୟ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ପରିସରରେ ଥିବା ମସ୍ତ ଆଇନଜୀବୀ, କର୍ମଚାରୀ ତଥା ଆସିଥିବା ସାଧାରଣ ଏହି ନିୟମ ମାନିବେ। ଏକା ସାଙ୍ଗରେ କୋର୍ଟ ପରିସରକୁ ଆସିପାରିବେ ନାହିଁ ଲୋକେ। କୋଭିଡ୍ ନିୟମ ମାନିବାକୁ କୋର୍ଟ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ଏହାକୁ କଡ଼ା କଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ସୂଚନା ଥାଉକି, ଗତକାଲି ଦିଲ୍ଲୀରେ ୧୬୦୩ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲା। ଫଳରେ ରାଜଧାନୀରେ ସଂକ୍ରମଣ ହାର ୨୬.୭୫% ହୋଇଥିଲା। ଅନ୍ୟପଟେ ଗତକାଲି ଦେଶରେ ସର୍ବାଧିକ ୧୨,୫୯୧ ନୂଆ କେସ୍‌ ଚିହ୍ନଟ ହୋଇଛି। ଯାହା ଗତ ୮ ମାସରେ ସର୍ବାଧିକ। ଗତକାଲି ସୁଦ୍ଧା ସମୁଦାୟ ୬୫,୨୮୬ ଆକ୍ଟିଭ କେସ୍‌ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.