Latest Odisha News

BREAKING NEWS

ମଦ୍ୟପ ଯୁବକଙ୍କର ଉନ୍ମତ୍ତ କାଣ୍ଡ ; ଛୁରାମାଡ଼ରେ ପୁଅ ମୃତ, ବାପ ଗୁରୁତର

ଯାଜପୁର : ମଦ୍ୟପ ଯୁବକଙ୍କ ଛୁରାମାଡ଼ରେ ପୁଅ ମୃତ ବାପ ଗୁରୁତର । ଏଭଳି ଅଭାବନୀୟ ଘଟଣା ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗ୍ରାମରେ ଦେଖିବାକୁ ମିଳିଛି  । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ଯାଜପୁର ରୋଡ ଥାନା ପୋଲିସ ।

ସୂଚନା ଅନୁଯାୟୀ,  ଗତକାଲି ରାତି ୯ ଟା ସମୟରେ ବାଳୁଙ୍ଗାବନ୍ଦୀ ଗ୍ରାମର ସୁକାନ୍ତ ମଳିକ ଦାଣ୍ଡରେ ବସିଥିବା ବେଳେ ମଦ୍ୟପ ଯୁବକ ସେହି ରାସ୍ତା ଦେଇ ଯାଉଥିଲେ । ନିଶାରେ ଚୁର୍‌ ଥିବା ଯୁବକ ହେଉଛନ୍ତି ଗଣେଶ ମଲ୍ଲିକ । ଗଣେଶ ମଦ ନିଶାରେ ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ସୁକାନ୍ତ ଗଣେଶଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବାବେଳେ ଗଣେଶ ସୁକାନ୍ତଙ୍କୁ ମାଡ ମାରିଥିଲେ । ବାପାଙ୍କୁ ମାଡ଼ ମାରୁଥିବା ଦେଖି ପୁଅ ମଦନ ଗଣେଶଙ୍କୁ ମଧ୍ୟ ବିରୋଧ କରିଥିଲେ  । ସେହି ସମୟରେ ଗଣେଶ ଛୁରାରେ ଆକ୍ରମଣ କରିଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଭୟ ବାପ ଓ ପୁଅଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ପୁଅ ମଦନ ମଳିକ(୨୦) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ବାପା ସୁକାନ୍ତ ମଳିକ (୫୧ ) ଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର। ସେପଟେ ଅଭିଯୁକ୍ତ ମଦ୍ୟପ ଯୁବକ ଗଣେଶ ମଳିକ (୨୩) ଙ୍କୁ ଯାଜପୁର ରୋଡ଼ ଥାନାରେ ଅଟକ ରଖିଛି ଯାଜପୁର ରୋଡ଼ ପୋଲିସ।

Leave A Reply

Your email address will not be published.