Latest Odisha News

BREAKING NEWS

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଜଗତସିଂହପୁର : ଆଖିବୁଜିଲେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ ଅସୁସ୍ଥ ଥିବାରୁ ମାର୍ଚ୍ଚ ୩୦ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  ।

ଗତ କିଛି ଦିନ ହେବ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ  । ଶେଷରେ ଜୀବନ ସଂଘର୍ଷରେ ହାରିଯାଇ ଆଜି ସକାଳ ପ୍ରାୟ ୭ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।  ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ତ୍ରିଲୋଚନ କାନୁନଗୋ ୩ ଥର ବିଧାୟକ ଓ ଥରେ ସାଂସଦ ନିର୍ବାଚିତ ହୋଇଥିଲେ  । ୧୯୯୯ରେ ସେ ବିଜେଡି ଟିକେଟରେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।

 

 

 

Leave A Reply

Your email address will not be published.