ନୂଆଦିଲ୍ଲୀ: ଏମ୍ସ ପରିସରରେ ନର୍ସମାନଙ୍କ ଧର୍ମଘଟକୁ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ନର୍ସମାନଙ୍କ ଧର୍ମଘଟ ପରେ ଏମ୍ସ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହା ପରେ ହାଇକୋର୍ଟ ନର୍ସମାନଙ୍କ ଏହି ଧର୍ମଘଟକୁ ବାରଣ କରି ଉତ୍ତର ମାଗିଥିଲେ।
ଏମ୍ସ କୋର୍ଟଙ୍କୁ ଆଶ୍ୱାସନା ଦେଇଛି ଯେ ଷ୍ଟ୍ରାଇକ୍ କରୁଥିବା ନର୍ସମାନଙ୍କର ଯାହା ଦାବି ହେବ ତାହା ବିଚାର କରାଯିବ। ଏବେ ଦିଲ୍ଲୀ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ୧୮ ଜାନୁଆରୀରେ ହେବ। ଏମ୍ସ ତରଫରୁ କୋର୍ଟରେ କୁହାଯାଇଥିଲା ଯେ କରୋନା ମହାମାରୀର ସମୟ, ତେଣୁ ଆମେ ଧର୍ମଘଟକୁ ଯାଇ ପାରିବୁ ନାହିଁ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏମ୍ସ ପ୍ରଶାସନ ନର୍ସ ଆସୋସିଏସନକୁ ସନ୍ଧ୍ୟା ପାଞ୍ଚଟାରେ ବୈଠକ ଡକାଇଛି।ପ୍ରାୟ ପାଞ୍ଚ ହଜାର ନର୍ସ ସେମାନଙ୍କ ଦାବି ଅନୁଯାୟୀ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛନ୍ତି। ଏହି କାରଣରୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ସୂଚନା ମିଳିଛି।
Comments are closed.