Latest Odisha News

ଉଚ୍ଛେଦ ହେଲା ଭୁବନେଶ୍ୱର ଆରଟିଓ ଅଫିସ୍ ନିକଟସ୍ଥ ଅସ୍ଥାୟୀ ସେଡ୍

ଭୁବନେଶ୍ୱର: ବିଏମସି ଓ ବିଡିଓର ଜଏଣ୍ଟ ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ସୋମବାର ଦିନ ସହିଦ ନଗରସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ) ନିକଟରେ ଥିବା ପାଖାପାଖି ୪୦ଟି ଅସ୍ଥାୟୀ ସେଡ୍ ତଥା ଘର ଗୁଡିକୁ ଉଚ୍ଛେଦ କରାଯାଇଛି ।

ଏହି ଅସ୍ଥାୟୀ ଘର ବ୍ୟତିତ କାର୍ଯ୍ୟାଳୟ ନିକଟରେ ଥିବା ୩ଟି ଭେଣ୍ଡିଂ ଦୋକାନ ଗୁଡିକୁ ମଧ୍ୟ ଉଚ୍ଛେଦ କରାଯାଇଛି ।

ଏହି ଅସ୍ଥାୟୀ ସେଡ୍ ଗୁଡିକୁ ଉଚ୍ଛେଦ କରିବା ଲାଗି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ଦ୍ଦେଶ ପରେ ଆରଟିଓ ଅଫିସ୍ ପରିସରରୁ ଦଲାଲ୍ ମାନଙ୍କୁ ବାହାର କରାଯାଇଥିଲା।

ପରବର୍ତ୍ତୀ ସମୟରେ ପରିବହନ ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡାଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ ପରିବହନ କାର୍ଯ୍ୟାଳୟରେ ଦଲାଲମାନଙ୍କର ପ୍ରବେଶ ଉପରେ ଅଧିକାରୀମାନେ ରୋକ ଲଗାଇବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

Leave A Reply

Your email address will not be published.