ନୂଆଦିଲ୍ଲୀ: ରାଜଧାନୀରେ ବୋଲ ମାନୁନି କରୋନା। ଦିନକୁ ଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ ଦିଲ୍ଲୀରେ ନୂତନ କୋଭିଡ ମାମଲା ୪୦୦୦ ଟପିଛି ଏବଂ ପଜିଟିଭିଟି ହାର ୬% ରୁ ଅଧିକ ରହିଛି।
ଦିଲ୍ଲୀରେ ଗୋଟିଏ ଦିନରେ ପ୍ରାୟ ୪,୧୦୦ ମାମଲା ପଞ୍ଜିକୃତ ହୋଇଛି। ଯାହା ୭ ମାସରେ ସର୍ବାଧିକ ମାମଲା ରିପୋର୍ଟ ହୋଇଛି।
ଏଥିରେ ଓମିକ୍ରନ୍ ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଗୋଟିଏ ସପ୍ତାହରେ କୋଭିଡ ମାମଲା ସଂଖ୍ୟା ସର୍ବାଧିକ ହୋଇପାରେ।
Comments are closed.