Latest Odisha News

BREAKING NEWS

ବୋରଓ୍ବେଲରେ ପଡ଼ିଥିବା ବ୍ୟକ୍ତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୋରଓ୍ବେଲରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବୋରଓ୍ବେଲ ୪୦ ଫୁଟ ଗଭୀର ଥିଲା । ଗତକାଲି ରାତିରେ କାଶୀପୁର ସ୍ଥିତ ଦିଲ୍ଲୀ ଜଳ ବୋର୍ଡର ଟ୍ରିଟେମଣ୍ଟ ପ୍ଲାଣ୍ଟରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ବୋରୱେଲ ଟ୍ରିଟମେଣ୍ଟ ପ୍ଲାଣ୍ଟର ଏକ କୋଠରୀରେ ଥିଲା ଏବଂ ଏହା ମଧ୍ୟ ତାଲା ପଡିଥିଲା।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶି । ସୋସିଆଲ ମିଡିଆରେ ମନ୍ତ୍ରୀ ଲେଖିଛନ୍ତି ବହୁତ ଦୁଃଖ ସହ କହିବାକୁ ପଡ଼ୁଛି ବୋରଓ୍ବେଲରେ ପଡ଼ିଥିବା ବ୍ୟକ୍ତିଙ୍କୁ ମୃତ ଉଦ୍ଧାର କରିଛନ୍ତି ରେସକ୍ୟୁ ଟିମ୍ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ପ୍ରାଥମିକ ସୂଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ବୟସ ୩୦ବର୍ଷ ହେବ । ସେ ବୋରଓ୍ବେଲ ଘରେ କେମିତି ପଶିଲେ, ବୋରଓ୍ବେଲରେ କେମିତି ପଡ଼ିଲେ ଘଟଣାକୁ ନେଇ ତଦନ୍ତ ଜାରି କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୋରୱେଲର ଶିଶୁ ପଡ଼ିଯାଇଥିବା ଖବର ସାମ୍ନାକୁ ଆସିଥିଲା । ପରେ ଜଣାପଡ଼ିଥିଲା ସେ ଶିଶୁ ନୁହେଁ ୩୦ ବର୍ଷିୟ ଯୁବକ । ବୋରଓ୍ବେଲରେ ଯୁବକ ଫଶିଥିବା ଖବର ପାଇ ଏନଡିଆରଏଫ ଟିମ୍ ତୁରନ୍ତ ଉଦ୍ଧାର ପାଇଁ ଅପରେସନ ଆରମ୍ଭ କରିଥିଲେ । ହେଲେ ବୋରୱେଲରେ ଫଶିଥିବା ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରିପାରିନଥିଲେ ।

ଘଟଣାକୁ ନେଇ ଦିଲ୍ଲୀରେ ରାଜନୀତି ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଗଲାଣି । ପଶ୍ଚିମ ଦିଲ୍ଲୀରୁ ବିଜେପିର ପ୍ରାର୍ଥୀ କମଲଜୀତ ସହରାୱତ ଦିଲ୍ଲୀ ଜଳ ବୋର୍ଡର ଅବହେଳା କରିଥିବା ଆରୋପ ଲଗାଇଛି ।

Leave A Reply

Your email address will not be published.