Latest Odisha News

BREAKING NEWS

ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିବା ପ୍ରଶ୍ନର ଉତ୍ତର ଦେଲେ ଶିଳ୍ପା; କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରରେ ରହିଥାଆନ୍ତି । ଅନେକ ଥର ଶିଳ୍ପା  ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଟ୍ରୋଲର ଶିକାର ହୋଇଥାଆନ୍ତି । ନିକଟରେ ଶିଳ୍ପା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ  କହିଛନ୍ତି । ଏମିତିକି ଶିଳ୍ପା କେବଳ ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏନେଇ ଶିଳ୍ପା ଉତ୍ତର ରଖିଛନ୍ତି ।

ଶିଳ୍ପା କହିଛନ୍ତି,‘‘ ମୁଁ ଯେତେବେଳେ  ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲି ସେହି ସମୟରେ ମୁଁ ୧୦୮ ତମ  କନିଷ୍ଠ ଧନୀ  ବ୍ରିଟିଶ ଭାରତୀୟ ଥିଲି । ମୁଁ ପୂର୍ବରୁ ଧନୀ ଥିଲି। ଆଜି ମଧ୍ୟ ଧନୀ ରହିଛି । ମୋ ନିଜ ଆୟକର ଜିଏସଟି ବିଲ୍ ମୁଁ ନିଜେ  ଦିଏ ।’’

ସେ ଆହୁରି କହିଛନ୍ତି,‘‘ ରାଜ କୁନ୍ଦ୍ରାଙ୍କୁ ବିବାହ କରିବାର ଇଚ୍ଛା ମୋର ଥିଲା । ଯଦି ତାଙ୍କ ପାଖରେ ବହୁତ ଟଙ୍କା ଥିଲେ ମଧ୍ୟ  ସେ ଭଲ ମଣିଷ ହୋଇ ନଥିଲେ  ମୁଁ କେବେ ହେଲେ ବିବାହ କରି ନଥାଆନ୍ତି ।  ସେହି ସମୟରେ ବହୁତ ଧନୀ ବ୍ୟକ୍ତି  ମୋତେ ବିବାହ କରିବାକୁ ଚାହୁଁଥିଲେ । ମୁଁ ଟଙ୍କା ପାଇଁ ମୋ ଜୀବନର ନିଷ୍ପତ୍ତି କେବେ ନେଇ ନାହିଁ । ’’

Leave A Reply

Your email address will not be published.