Latest Odisha News

BREAKING NEWS

ଶୁକଯୋଡ଼ା ନାଳରେ ସମ୍ପର୍କ ସେତୁର ଶିଳାନ୍ୟାସ

ମୟୂରଭଞ୍ଜ: ପୁରଣ ହେବାକୁ ଯାଉଛି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି। ତିନି ଗୋଟି ୱାର୍ଡର ସମ୍ପର୍କକୁ ଯୋଡି ସୁଦୃଢ କରିବ ଏଇ ସମ୍ପର୍କ ସେତୁ। ଯାହାକୁ ନେଇ ବାରିପଦା ପୌରପାଳିକା ପକ୍ଷରୁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ନୂତନ ପୋଲ ସମେତ ଆପ୍ରୋଚ ରାସ୍ତା। ସେନେଇ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶୁକଯୋଡ଼ା ନାଳ ଉପରେ ଉଚ୍ଚ କୋଟିର ନୂତନ ପୋଲ ନିର୍ମାଣ ନିମନ୍ତେ କରାଯାଇଛି ଶିଳାନ୍ୟାସ।

ରବିବାର ପୋଲ ନିକଟରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ୱାର୍ଡ କାଉନସିଲର ଦିଗବିଜୟ ହାନ୍ସଦା, କରୁଣାକର ହେମ୍ବ୍ରମ, ରାଜ୍ ଗୁପ୍ତା, ପୌର ନିର୍ବାହୀ ଯନ୍ତ୍ରୀ ସଚ୍ଚିତାନନ୍ଦ ଶତପଥୀ ଓ ସମାଜସେବୀ ରଞ୍ଜିତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ପୋଲ
ନିର୍ମାଣ ଫଳରେ ୱାର୍ଡ ନମ୍ବର ୧୯, ୧୭ ଓ ୦୩ ର ଅଞ୍ଚଳବାସୀ ବର୍ଷା ସମୟରେ ବିପଦମୁକ୍ତ ହୋଇ ଯାତାୟାତ କରିପାରିବେ।

ତେବେ ଏହି ନୂତନ ପୋଲର ନିର୍ମାଣ କାର୍ଯ୍ୟପାଇଁ ୬୩ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୋଲର ନିର୍ମାଣ କାର୍ଯ୍ୟ ତିନିମାସ ମଧ୍ୟରେ ଶେଷହେବ ବୋଲି କହିଛନ୍ତି ନଗରପାଳ। ଏଥି ନିମନ୍ତେ ସାହାଯ୍ୟ ସହଯୋଗର ହାତ ବଢାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ ପୋଲ ନିର୍ମାଣ ନିମନ୍ତେ ନିଜ ବ୍ୟକ୍ତିଗତ ଜାଗାରେ ଅନୁମତି ଦେଇଥିବା ବ୍ୟକ୍ତି ବିଶେଷ ରଣଜିତ ମହାନ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି ନଗରପାଳ କୃଷ୍ଣାନନ୍ଦ ମହାନ୍ତି।

Leave A Reply

Your email address will not be published.