ନୂଆଦିଲ୍ଲୀ: ହଟ୍ଟଗୋଳ, ବିରୋଧ ପରେ ବି ଦିଲ୍ଲୀ ବିଧାନସଭାରେ ଆଗତ ହେଲା ସିଏଜି ରିପୋର୍ଟ । ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଯାହା ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୋଲ ଖୋଲିଛି । ପୂର୍ବ ସରକାର କେତେ କ’ଣ ରାଜସ୍ବ ଆତ୍ମସାତ୍ କରିଛନ୍ତି ସେନେଇ, ସିଏଜି ରିପୋର୍ଟ ମାଧ୍ୟରେ ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ଏଥର ବିଧାନସଭାରେ, ୧୪ଟି ବିଚାରଧୀନ ସିଏଜି ରିପୋର୍ଟକୁ ଗୃହରେ ଉପସ୍ଥାପନା କରାଯିବ । ଯାହା ମଧ୍ୟରୁ ଆଜି ଦିଲ୍ଲୀ ମଦ ଦୁର୍ନୀତି ନେଇ ରିପୋର୍ଟ ଦାଖଲ କରାଯାଇଛି । ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ପୂର୍ବତନ ଆମ ଆଦମୀ ପାର୍ଟି ନେତୃତ୍ୱାଧୀନ ସରକାର ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ମଦ ନୀତି ଦ୍ବାରା, ମୋଟ ୨୦୦୨ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା। ଯେଉଁ ନୀତିକୁ ବର୍ତ୍ତମାନ ହଟାଟାଇଛି ।
୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ, ଚାରି ବର୍ଷ ମଧ୍ୟରେ ମଦ ଲାଇସେନ୍ସଗୁଡ଼ିକୁ ପୁନଃ ଟେଣ୍ଡର କରିବାରେ ବିଫଳ ହୋଇଥିଲେ ପୂର୍ବ ସରକାର । ଯେଉଁ କାରଣରୁ ଦିଲ୍ଲୀ ସରକାର ପ୍ରାୟ ୮୯୦ କୋଟି ଟଙ୍କାର ରାଜସ୍ୱ କ୍ଷତିର ସମ୍ମୁଖୀନ ହୋଇଛି। ସେହିପରି ଜୋନାଲ ଲାଇସେନ୍ସଧାରୀଙ୍କୁ ଦିଆଯାଇଥିବା ଛାଡ ଉପରେ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ଯୋଗୁଁ, ୯୪୧ କୋଟି ଟଙ୍କାର କ୍ଷତି ହୋଇଛି ।
Comments are closed.