ପୃଥିବୀର ପ୍ରାକୃତିକ ପରିବେଶକୁ ଦେଖିଲେ ଆମେ ଏକ ସୌନ୍ଦର୍ଯ୍ୟମୟ ଦୁନିଆରେ ବଂଚୁଥିବର ହୃଦୟଙ୍ଗମ ହୋଇଥାଏ । ତେବେ ଆମ ପୃଥବୀ ଯେତେ ସୌନ୍ଦର୍ଯ୍ୟମୟ ସେତିକି ବି ନିଷ୍ଠୁର । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆମର ଏହି ଧରାପୃଷ୍ଠରେ ନରଭକ୍ଷୀ ରହୁଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଆମେ ଅବଶ୍ୟ ଏହା ପୂର୍ବରୁ ଫିଲ୍ମ ଏବଂ ବିଭିନ୍ନ କାଳ୍ପନିକ କାହାଣୀରେ ଏ ସମ୍ପର୍କରେ ଶୁଣିଛେ । ପୃଥିବୀର ବିଭିନ୍ନ ସ୍ଥାନରେ ଜୀବିକା ନିର୍ବାହ କରିବା ପାଇଁ ମନୁଷ୍ୟ ଅନେକ ପ୍ରକାରର ବୁଦ୍ଧି ପ୍ରୟୋଗ କରିଥାଏ । ବିଭିନ୍ନ ପ୍ରଥା ମଧ୍ୟ ଏହା ସହିତ ଜଡିତ । ସାଇଟିଂଫିକ ରିପୋର୍ଟସ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରାଚୀନ ୟୁରୋପରେ ରହୁଥିବା କେତେକ ଜନଜାତି ମଣିଷ ମାଂସ ଖାଇଥାନ୍ତି । ସେମାନେ ତାଙ୍କ ଶତ୍ରୁଙ୍କୁ ମାରିବା ପରେ ମସ୍ତିଷ୍କକୁ ଭାଙ୍ଗି କରି ଖାଇଥାନ୍ତି ।
୧୧୦୦୦ ଓ ୧୭୦୦୦ ବର୍ଷ ତଳେ ବାସ କରୁଥିବା ମେଡୋଗଲେନିୟନ ସଭ୍ୟତାର ୧୦ଜଣ ବ୍ୟକ୍ତିଙ୍କ ହାଡକୁ ଅନୁଧ୍ୟାନ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ମାନବ ସଭ୍ୟତାର କ୍ରମିକ ବିକାଶ ପରେ ଧିରେ ଧିରେ ଦୁନିଆ ବଦଳିବାରେ ଲାଗିଲା । ଭବିଷ୍ୟତ ପାଇଁ ଖାଦ୍ୟ ସଂରକ୍ଷଣ ରଖିବା ସହ ଅତ୍ୟାଧୂନିକୂ ଶୈଳୀରେ ଚାଷ କାର୍ଯ୍ୟ କରିବାରେ ଲାଗିଛି । ଭଲ ଖାଦ୍ୟ ପାଇବା ପରେ ଅବଶ୍ୟ ମନୁଷ୍ୟ ଏହି ଘୃଣ୍ୟ କାର୍ଯ୍ୟରୁ ନିବୃତ ରହିଛି । ତଥାପି ମୂଖ୍ୟ ସ୍ରୋତରେ ସାମିଲ ହୋଇପାରି ନ ଥିବା ଅନେକ ଲୁକ୍କାୟିତ ସଭ୍ୟତା ଏବେ ମଧ୍ୟ ଏ ଭଳି କାର୍ଯ୍ୟ ଜାରୀ ରଖିଛନ୍ତି । ସେମାନେ ସଭ୍ୟ ସମାଜର ଅଂଶବିଶେଷ ହେବାକୁ ଚାହୁଁ ନାହାନ୍ତି ।
Comments are closed.