Latest Odisha News

ସୋନମ, ସୋନାକ୍ଷୀ, ସାରାଅଲୀଙ୍କ ଫଟୋ ଶେୟାର କରି କରନ ଜୋହରଙ୍କୁ ପୁଣି ଉପହାସ କଲେ କଙ୍ଗନା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ବଲିଉଡ କୁଇନ କଙ୍ଗନା ରାନାୱତ ପୁନର୍ବାର କରନ ଜୋହରଙ୍କୁ ଟାର୍ଗେଟ କରିଛି । ସେ ଉପହାସ କରି କହିଛନ୍ତି ଷ୍ଟାର କିଡ୍ସଙ୍କ କିଛି ପୁରୁଣା ଫଟୋ ଶେୟାର କରୁଛି । ବଲିଉଡ ମାଫିଆ କରନ ନିଶ୍ଚିତ ଏହି ଫଟୋ ଦେଖିଥିବେ । ଷ୍ଟାର କିଡ୍ସ ପ୍ରକୃତରେ ସ୍ମାର୍ଟ ଓ ସୁନ୍ଦର ?

କଳାକାରକୁ ପ୍ରତିଭା ମାଧ୍ୟମରେ ବଛା ଯାଏ । ଷ୍ଟାର କିଡ୍ସଙ୍କୁ ଫିଲ୍ମ ଦେବା ପାଇଁ ତୁମେ ଜୋର ଜବରଦସ୍ତ ଆଉ ଜଣେ ଦୁର୍ବଳ ତଥା ବାହାର କଳାକାରଠାରୁ ଫିଲ୍ମ ଛଡାଇନେବା ଯୁକ୍ତିଯୁକ୍ତ ନୁହେଁ । ତେବେ ଏହି ଫଟୋ ଶେୟାର କରି ପୁନର୍ବାର କୁଇନ କଙ୍ଗନା କିଛି ଲୋକଙ୍କ ଭଦ୍ର ମୁଖା ତଳେ ପକାଇ ଦେଇଛନ୍ତି । ବାହାରୁ ଆସୁଥିବା କଳାକାରଙ୍କୁ କିପରି ବ୍ୟବହାର ଏଠାରେ ଦେଖାଯାଉଛି ତାହା ସିନେ ପ୍ରେମୀ ଜାଣିବା ଉଚିତ । ସମୟ ବଦଳିଛି ଏଥର କଳାକାରର କଳା ଓ ଦକ୍ଷତାକୁ ସମ୍ମାନ ମିଳୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.