Latest Odisha News

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ।  ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜୈନଙ୍କୁ ଦୀର୍ଘ ଦିନ ହେଲା ଜେଲରେ ଅଟକ ରଖାଯିବା ସମ୍ପର୍କରେ ଜାମିନ ପ୍ରଦାନ କରିବା ବେଳେ କୋର୍ଟ କହିଥିଲେ।

ମନି ଲଣ୍ଡରିଂ ମାମଲାରେ ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଗିରଫ କରିଥିଲା। ଗିରଫ ପରଠାରୁ ବାରମ୍ବାର ଜାମିନ ଆବେନ କରି ମଧ୍ୟ ଜାମିନ ମିଳିନଥିଲା। କୋର୍ଟ ଆଜି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦେଇ ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ସ୍ଵତନ୍ତ୍ରତାର ବହୁତ  ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଜାମିନ ଆବେଦନକୁ  ଇଡି ବିରୋଧ କରିଥିଲା। ଦୀର୍ଘ ଦିନ ହେଲା ଜେଲରେ ରହିବା କାରଣରୁ କୋର୍ଟ ଜୈନଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜାମିନ ଦେଇଥିଲେ। ଜାମିନ ସମୟରେ କିଛି ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନରେ ସମୟରେ ସେ ମାମଲା ସହ ଜଡ଼ିତ କୌଣସି ସାକ୍ଷୀ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପାରିବେ ନାହିଁ। ସେହିପରି ଟ୍ରାଏଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। ଜୈନ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯାତ୍ରା ମଧ୍ୟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

Comments are closed.