Latest Odisha News

ନବରାତ୍ରି ସମୟରେ ମାଂସ ବିକ୍ରି ବନ୍ଦକୁ ନେଇ ଦିଲ୍ଲୀ ମେୟର ଓ କମିଶନରଙ୍କୁ ନୋଟିସ ଜାରି କଲେ ସଂଖ୍ୟାଲଘୁ କମିଶନ

ଗୁରୁବାର ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ମେୟର ତାଙ୍କ ନିଗମ ପରିଧିରେ ନବରାତ୍ରି ସମୟରେ ମାଂସ ବିକ୍ରିକୁ ନିଷିଦ୍ଧ ଘୋଷଣା କରିଥିଲେ । ଏପରିକି ରେସ୍ତୋରାଁରେ ମଧ୍ୟ ଆମିଷ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଥିଲା ।

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ତିନିଟି ମହାନଗର ନିଗମ ପରିଧିରେ ନବରାତ୍ରି ସମୟରେ ମାଂସ ଦୋକାନ ବନ୍ଦକୁ ନେଇ ମେୟର ଓ କମିଶନର ମାନଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ସଂଖ୍ୟାଲଘୁ କମିଶନ ।

ଗୁରୁବାର ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ମେୟର ତାଙ୍କ ନିଗମ ପରିଧିରେ ନବରାତ୍ରି ସମୟରେ ମାଂସ ବିକ୍ରିକୁ ନିଷିଦ୍ଧ ଘୋଷଣା କରିଥିଲେ । ଏପରିକି ରେସ୍ତୋରାଁରେ ମଧ୍ୟ ଆମିଷ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଥିଲା ।
ତେବେ ଏହି ନିର୍ଦ୍ଦେଶ ଆସିବା ପରେ ଅନେକ ମାଂସ ଦୋକାନ ବନ୍ଦ ମଧ୍ୟ ଥିଲା । ଗୁରୁବାର ଏନେଇ ସଂଖ୍ୟାଲଘୁ କମିଶନର ଜାକିର ଖାନ ନୋଟିସ ଜାରି କରିଛନ୍ତି । ଜାକିର କହିଛନ୍ତି, କେଉଁ ନିୟମରେ ଏଭଳି ନିଷ୍ପତ୍ତି ନିଆଗଲା । ଯାହାଦ୍ୱାରା ଅଞ୍ଚଳରେ ଭୟର ମାହୋଲ ମଧ୍ୟ ସୃଷ୍ଟି ହୋଇଥିଲା ।

Comments are closed.