Latest Odisha News

BREAKING NEWS

ସ୍କୁଲ ଛାତରୁ ଖସୁଛି ଅତଡ଼ା, ମଣ୍ଡପରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ନୂଆପଡ଼ା : ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି ପ୍ରାଥମିକ ସ୍କୁଲ। ମଣ୍ଡପରେ ଚାଲିଛି ପାଠ ପଢା  । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଶବରପଡା ସରକାରୀ ପ୍ରକଳ୍ପ ପଥମିକ ବିଦ୍ୟାଳୟର ଅବସ୍ଥା  । ସ୍କୁଲ ଘର ଭାଙ୍ଗିଯିବାରୁ ବିପଦ ପୂର୍ଣ୍ଣ ହୋଇଛି ସ୍କୁଲ କୋଠରୀ  । ତେଣୁ ଗାଁରେ ଥିବା କଲ୍ୟାଣ ମଣ୍ଡପ ରେ ଚାଲିଛି ପାଠ ପଢା  । ମଣ୍ଡପର ଗୋଟିଏ କୋଠରୀରେ ୮୬ ଜଣ ଛାତ୍ର ଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି  । ପୁଣି ଏଠି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ମଧ୍ୟ ହେଉଛି  । ତେଣୁ ଭଙ୍ଗା ଦଦରା ସ୍କୁଲକୁ ନୂତନ କରି ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବା ଅଭିଯୋଗ ହେଉଛି  ।

ଶବର ପଡାର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସ୍କୁଲ ଗୃହ ନିର୍ମାଣକୁ ନେଇ ଅନେକ ବାର ସ୍କୁଲ କମିଟି ପ୍ରଶାସନକୁ ଅଭିଯୋଗ କରିଛନ୍ତି  । ସ୍କୁଲ ଅବସ୍ଥା ବିପଦ ସଙ୍କଟା ପୂର୍ଣ୍ଣ ଥିବାରୁ କିଛି ଦିନ ଗଛ ତଳେ ମଧ୍ୟ ଚାଲିଥିଲା ପାଠ ପଢା  । ପରେ ଏବେ ଆଜିକୁ ୬ ମାସ ହେଲା ଗାଁରେ ଥିବା କଲ୍ୟାଣ ମଣ୍ଡପରେ ଚାଲିଛି ପାଠପଢ଼ା । କଲ୍ୟାଣ ମଣ୍ଡପ ରେ ଶିକ୍ଷା ଦାନ ଚାଲୁଥିବାରୁ ବିବାହ, ବ୍ରତ, ସଭା ସମିତି କରିବାରେ ଅସୁବିଧା ହେଉଛି । ଶୀଘ୍ର ସ୍କୁଲ ଗୃହ ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରୁଛନ୍ତି  । ଏନେଇ ବରଗାଁ ସରପଞ୍ଚ ତଥା ଖଡ଼ିଆଳ ବିଡିଓ ବୀରସେନ ବେହେରା ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି  ।

ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନୂଆ ସ୍କୁଲ ନିର୍ମାଣ କରିବା ସହ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.