Latest Odisha News

ନାର୍କୋ ଟେଷ୍ଟର ସାମ୍ନା କରିବ ଜହ୍ଲାଦ ପ୍ରେମିକ ଆଫତାବ

ନୂଆଦିଲ୍ଲୀ: ନାର୍କୋ ଟେଷ୍ଟର ସାମ୍ନା କରିବ ଶ୍ରଦ୍ଧା ଓ୍ୱାକରଙ୍କ ଜହ୍ଲାଦ ପ୍ରେମିକ ଆଫତାବ ପୁନାଓ୍ୱାଲା । ସତ ଓଗାଳିବ ହତ୍ୟାକାରୀ । ନାର୍କୋ ବା ନାର୍କୋଏନାଲିସିସ ଟେଷ୍ଟରେ ଅଭିଯୁକ୍ତକୁ ସୋଡିୟମ ପେଣ୍ଟୋଥାଲ୍ ଇଞ୍ଜେକସନ ଦିଆଯାଏ । ଫଳରେ ସେ ବେହୋସ୍ ଅନୁଭବ କରେ । ଏହି ଅବସ୍ଥାରେ ସେ ସବୁ ସତ କଥା କହିଦେଇଥାଏ ।

ସୋଡିୟମ ପେଣ୍ଟୋଥାଲ ଶରୀରରେ ସ୍ୱଳ୍ପ ସମୟ ଆନାସ୍ଥେସିଆ ଭଳି କାମ କରେ । ନାର୍କୋ ଟେଷ୍ଟରେ ଏହାକୁ ‘ଟ୍ରୁଥ୍ ସେରମ୍’ ବୋଲି କୁହାଯାଏ । ପଲିଗ୍ରାଫ ଟେଷ୍ଟ ଠାରୁ ଏହା ଭିନ୍ନ । ପଲିଗ୍ରାଫ ଟେଷ୍ଟ ଏକ ପ୍ରକାର ଫିଜିଓଲୋଜିକାଲ ରେସପନ୍ସ ବୋଲି ବିଶେଷଜ୍ଞ କହନ୍ତି । ଏଥିରେ କୌଣସି ପ୍ରକାର ଡ୍ରଗ୍ ବ୍ୟବହୃତ ହୁଏନି ।

ଆଫତାବର ରିମାଣ୍ଡ ଅବଧି ୫ ଦିନ ବଢିଛି । ଶୁଣାଣି ବେଳେ କୋର୍ଟରୁମ୍ ବାହାରେ ଛିଡା ହୋଇଥିବା ଓକିଲମାନେ ‘ହତ୍ୟାରେ କୋ ଫାଶୀ ଦୋ’ ସ୍ଲୋଗାନ ଦେଉଥିଲେ । ଶ୍ରଦ୍ଧା ମର୍ଡର ଭଳି ପୂର୍ବରୁ ଅନେକ ଲୋମହର୍ଷଣକାରୀ ହତ୍ୟାର ପୋଲିସ ପର୍ଦ୍ଦଫାଶ କରିଛି ନାର୍କୋ ଟେଷ୍ଟ ଜରିଆରେ । ଏହି ଟେଷ୍ଟରେ ଅଭିଯୁକ୍ତ ସମ୍ପୂର୍ଣ୍ଣ ଅବଚେତନ ଅବସ୍ଥାକୁ ଚାଲିଯାଏ ।

ନାର୍କୋ ଟେଷ୍ଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମାମଲା

୧- ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଅଭିଯୁକ୍ତ ଅଜମଲ କସାବକୁ ନାର୍କୋ ଟେଷ୍ଟ କରଯାଇଥିଲା । ଲସ୍କର-ଇ-ତୋଇବା, ନିଜ ପରିବାର ଓ ଆକମ୍ରଣର ପୂରା ତଥ୍ୟ ବଖାଣିଥିଲା ଅଭିଯୁକ୍ତ କସାବ ।

୨- ଆରୁଷି ତଲଓ୍ୱାର ହତ୍ୟା ମାମଲାରେ ତାଙ୍କ ପିତାମାତା ନୂପୁର ତଲଓ୍ୱାଲ ଓ ରାଜେଶ ତଲଓ୍ୱାରଙ୍କ ନାର୍କୋ ଟେଷ୍ଟ ହୋଇଥିଲେ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କୁ ପୂରା ତଥ୍ୟ ମିଳିପାରିନଥିଲା । ତଲଓ୍ୱାର ଦମ୍ପତ୍ତିଙ୍କ ବ୍ରେନ ମ୍ୟାପିଂ ଓ ଲାଇ ଡିଟେକ୍ଟର ଟେଷ୍ଟ ତାପୂର୍ବରୁ ହୋଇଥିଲା । ହେଲେ ହତ୍ୟା ସମ୍ପୃକ୍ତି ନେଇ ଠୋସ୍ ତଥ୍ୟ ମିଳିନପାରିବାରୁ ମାମଲାକୁ ବନ୍ଦ କରାଯାଇଥିଲା ।

Comments are closed.