Latest Odisha News

BREAKING NEWS

ପୁଣି ବଢ଼ିଲା ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଏସ୍.କେ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢିଲା । ୨୦୨୦ରେ  ପ୍ରଥମ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବର୍ଷେ ପାଇଁ ବଢାଯାଇଥିଲା । ଆସନ୍ତାବର୍ଷ ଏହି ପଦବୀରେ ସେ ୫ବର୍ଷ ପୂରଣ କରିବେ । କାର୍ଯ୍ୟକାଳ ବୃଦ୍ଧି ପୂର୍ବରୁ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ପାଇଁ ରହୁଥିଲା । ତେବେ କେନ୍ଦ୍ର ସରକାର ୨୦୨୦ରେ ଏକ ଅଧ୍ୟାଦେଶ ମାଧ୍ୟମରେ ୨ବର୍ଷ କାର୍ଯ୍ୟକାଳକୁ ବଢାଇ ୫ ବର୍ଷ କରିଛନ୍ତି ।

ଏହାପରେ ନଭେମ୍ୱର ୧୩ ତାରିଖ ୨୦୨୦ରେ ଏସ.କେ. ମିଶ୍ରଙ୍କ କାର୍ଯ୍ୟକାଳ ବଢାଗଲା । ଯାହାକୁ ସୁପ୍ରିମକୋର୍ଟରେ ବିରୋଧୀ ଦଳଙ୍କ ପକ୍ଷରୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଥିଲା । କିନ୍ତୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନାକରି ସୁପ୍ରିମକୋର୍ଟ ସେହି ପିଟିସନକୁ ଖାରଜ କରିଦେଇଥିଲେ । ତାପରଠୁ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୩ ଥର ବର୍ଷେ ଲେଖାଏଁ ପ୍ରତିବର୍ଷ ବୃଦ୍ଧି କରାଯାଇଛି ।

ଇଡି ମୁଖ୍ୟଙ୍କ ପଦବୀ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ରାଙ୍କରେ ଅନ୍ତର୍ଭୁକ୍ତ । କଳାଧନ ରୋକିବାରେ ଇଡି ଦୁଇ ପ୍ରମୁଖ ଆଇନ ଲାଗୁ କରିଛି । ପ୍ରିଭେସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଓ ଫରେନ୍ ଏକ୍ସଚେଞ୍ଜ ମନି ମ୍ୟାନେଜମେଣ୍ଟ ଆକ୍ଟ ।

Leave A Reply

Your email address will not be published.