ନୂଆଦିଲ୍ଳୀ: ଫାଶୀରୁ ବଂଚିବା ପାଇଁ ପୁଣି ଆରମ୍ଭ ହୋଇଛି ନିର୍ଭୟା ଦୋଷୀଙ୍କ ନୂଆ ଚାଲ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାଲାର ଦୋଷୀ ଅକ୍ଷମ କୁମାର ସିଂ ପୁଣି ଥରେ ରାଜକ୍ଷମା ଆବେଦନ କରିଛି । ତାର ସମସ୍ତ ଆଇନର ବିକଳ୍ପ ଶେଷ ହୋଇଯାଇଥିଲେ ସୁଦ୍ଧା ସେ ଦ୍ୱିତୀୟ ଥର ପାଇଁ ରଜକ୍ଷମା ଆବେଦନ କରିଥିବା ଜଣପାଡିଛି ।
ପ୍ରଥମେ ଅକ୍ଷୟର ରାଜକ୍ଷମା ଅବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ । ଏବେ ଅକ୍ଷୟର ଓକିଲ ଏପି ସିଂ କହିଛନ୍ତି ଯେ, ପ୍ରଥମ କ୍ଷମା ଆବେଦନ ଅକ୍ଷୟଙ୍କ ବାପା-ମାଆ ଦାଖଲ କରିଥିଲେ । ଯେଉଁଥିରେ ସମସ୍ତ ତଥ୍ୟ ଦିଆଯାଇନଥିଲା । ଓକିଲ ଏପି ସିଂ କହିଛନ୍ତି, ରାଷ୍ଟ୍ରପତି ଏହି ମାମଲାର ସମ୍ପୂର୍ଣ୍ଣ ଦିଗ ଦେଖି ନଥିବାରୁ ଅକ୍ଷୟ ପୁଣିଥରେ କ୍ଷମା ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ରେ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଂଟ ଜାରି କରିଛନ୍ତି । ତେବେ ଦୋଷୀମାନେ ପୁଣି ଥରେ ଆଇନର ଗଳାବାଟ ଦେଇ ଫାଶୀରୁ ବଂଚିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
BREAKING NEWS
- ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା; ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ
- ସନ୍ଦେହଜନକ ଭାବେ ଭଡ଼ା ଘରୁ ସିଆରପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର
- ନାମାଙ୍କନ ଦାଖଲ ପୂର୍ବରୁ ବିଜୁ ବାବୁଙ୍କୁ ନେଇ ସାମ୍ନାକୁ ଆସିଲା ଦିଲ୍ଲୀପ ରାୟଙ୍କ ଭାବବିହ୍ବଳ ଲେଖା
- Banakalagi niti:ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
- CM Nitish Kumar Files Nomination: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିହାର ମୁଖ୍ୟମନ୍ତ୍ରୀ, ସାଥିରେ ଥିଲେ ଅମିତ ଶାହଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତି
- ୱାଙ୍ଖେଡରେ ହେବ କି ରନ ବର୍ଷା, ଫାଇନାଲ ଆଶାରେ ଭାରତ
- Trump Extends Holi Greetings: ସେପଟେ ଇରାନରେ ଆମେରିକାର କ୍ଷେପଣାସ୍ତ୍ର ବର୍ଷା, ଏପଟେ ଭାରତକୁ ଟ୍ରମ୍ପଙ୍କ ହୋଲିର ଶୁଭେଚ୍ଛା…
- RajyaSabha Elections: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର;ଏକାଠି ବସିଲେ ନବୀନ ଓ ଭକ୍ତ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ
- ଇସ୍ରାଏଲର ‘କିଲ୍ ଲିଷ୍ଟ’ରେ ରହିଛି ଏମାନଙ୍କ ନାଁ
Comments are closed.