Latest Odisha News

କାଲିଠୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଗଡିବ ଜନସାଧାରଣ ଏକ୍ସପ୍ରେସ

ଭୁବନେଶ୍ୱର: ଲୋକଙ୍କ ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହାକୁ ମାର୍ଚ୍ଚ ୧ରୁ ୩୧ ତାରିଖ ମଧ୍ୟରେ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯିବ । ଭୁବନେଶ୍ୱରରୁ ଆରମ୍ଭ ହୋଇ ଏହି ଟ୍ରେନ୍ ବାରଙ୍ଗ ଓ ବାଲିକୁଦା ପର୍ଯ୍ୟନ୍ତ ଯିବ ଓ ପୁଣି ନିର୍ଗୁଣ୍ଡି, ଗୁରୁଡିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଭୁବନେଶ୍ୱର ଫେରିବ ।

ପୂର୍ବତଟ ରେଳବାଇର ବିଜ୍ଞପ୍ତିରେ ପ୍ରକାଶ ପାଇଛି କି, ଏହି ସ୍ୱତନ୍ତ୍ର ଟ୍ରେନ ଆଠଗଡ, ଚୌଦ୍ୱାର, ନରାଜ, ବଡମ୍ବା, ନରସିଂହପୁର ଓ ଢ଼େଙ୍କାନାଳର କିଛି ଅଂଚଳର ଲୋକଙ୍କ ପାଇଁ ଲାଭଦାୟକ ହେବ ।

୦୮୪୬୦ ଭୁବନେଶ୍ୱର-କଟକ ଜନସାଧାରଣ ଟ୍ରେନ୍ ଭୁବନେଶ୍ୱରରୁ ୧ଟା ୩୦ରେ ଛାଡିବ ଓ ୨ଟା ୩୦ରେ କଟକ ପହଂଚିବ । ପୁଣି ଫେରିବା ଦିଗରେ, ୦୮୪୫୯ କଟକ-ଭୁବନେଶ୍ୱର ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍ କଟକରୁ ୨ଟା ୪୦ରେ ଆରମ୍ଭ ହେବ ଓ ୫ଟା ୨୦ରେ ଭୁବନେଶ୍ୱରରେ ପହଂଚିବ ।

ଏହି ଟ୍ରେନ୍ ବାଣୀ ବିହାର, ମଂଚେଶ୍ୱର, ପଟିଆ, ନ୍ୟୁ ଭୁବନେଶ୍ୱର, ବାରଙ୍ଗ, ଗୋପାଳପୁର ବାଲିକୁଦା ଓ କାଠଯୋଡିରେ ରଖିବ । ଫେରିବାବେଳେ ଏହି ଟ୍ରେନ୍ କେନ୍ଦ୍ରାପଡା ରୋଡ୍‌, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡପାଦ ଗାଁଳ, ଗୁରୁଡିଝିଟିଆ, ମାଛପୁର, ରାଧାକିଶୋରପୁର, ଘଣ୍ଟିଖାଲ, ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ନ୍ୟୁ ଭୁବନେଶ୍ୱର, ପଟିଆ, ମଂଚଶ୍ୱେର ଓ ବାଣୀ ବିହାରରେ ରଖିବ ।

Leave A Reply

Your email address will not be published.