Latest Odisha News

BREAKING NEWS

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ଡାକରା, ‘ଡିସେମ୍ବର ୧୦ରେ ହାଜର ହୁଅ’

ଭୁବନେଶ୍ୱର: ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ । ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲରେ ବର୍ଷାଙ୍କୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ନୋଟିସ ପଠାଇଛନ୍ତି । ଡିସେମ୍ବର ୧୦ରେ ହାଜର ହେବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି । ବର୍ଷାଙ୍କୁ ନୋଟିସ ଦିଆଯାଇଥିବା ନେଇ ଅନୁଭବଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନୁଭବଙ୍କ ପକ୍ଷରୁ କୋର୍ଟରେ ଦାୟର ହୋଇଥିବା ମାମଲାକୁ ଗ୍ରହଣ କରି କୋର୍ଟ ଏହି ନୋଟିସ ପଠାଇଛନ୍ତି । ଆସନ୍ତା ଡିସେମ୍ବର ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।

ସୂଚନାଯୋଗ୍ୟ, ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ୪୭ ପୃଷ୍ଠାର ଏହି ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି । ଏହାପରେ ସେପ୍ଟେମ୍ବର ୧୬ରେ ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ସ୍ଥାନାନ୍ତର କରିବାକୁ ବର୍ଷା ଅବେଦନ କରିଥିଲେ ।

Leave A Reply

Your email address will not be published.